ଓଡିଶା ଖବର

ମର୍ଯାକୁଦ ଗ୍ରାମରେ ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ ।

ମର୍ଯାକୁଦ ଗ୍ରାମରେ ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ ।

ବୌଦ୍ଧ -୦୫/୧୨-(ହୃଦାନନ୍ଦ ମେହେର )- ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ତରଫରୁ ଓଡିଶା ସରକାରଙ୍କର ସମନ୍ଵିତ ଯୁବ ଉନ୍ନୟନ ପ୍ରକଳ୍ପ ଅନ୍ତର୍ଗତ ଯୁବ ଓଡିଶା ନବୀନ ଓଡିଶା ଯୋଜନା ଅନୁସାରେ ମହାନଦୀ ର ମଧ୍ୟ ଭାଗରେ ଥିବା ମର୍ଯାକୁଦ ଗ୍ରାମରେ ଏକ ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି l ଏଥିରେ ବିପର୍ଯ୍ୟୟ ର ମୁକାବିଲା, ପ୍ରାଥମିକ ଚିକିତ୍ସା ଏବଂ ଜରୁରୀ କାଳୀନ ଉଦ୍ଧାର ଉପରେ ତାଲିମ୍ ପ୍ରଦାନ କରାଯାଇଛି l ମୁଖ୍ୟ ତାଲିମ ଦାତା ଭାବରେ ରେଡ୍ କ୍ରସ ର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସମିତିର ସଦସ୍ୟ ତଥା ମାଷ୍ଟର ଟ୍ରେନର ଅଧ୍ଯାପକ ଡଃ ପ୍ରବୀର କୁମାର ଦାସ ଯୋଗଦେଇ ଗ୍ରାମବାସୀ ମାନଙ୍କୁ ଓଡିଶା ସରକାରଙ୍କ ସଫଳ ବିପର୍ଯ୍ୟୟ ପରିଚାଳନା, ବିପର୍ଯ୍ୟୟ ର ପ୍ରକାର ଭେଦ, ଉଦ୍ଧାର ଓ ଜରୁରୀ ସହାୟତା ଉପରେ ତାଲିମ୍ ପ୍ରଦାନ କରିଥିଲେ l ଅନ୍ୟ ତାଲିମ ଦାତା ଭାବରେ ଯୁବ କ୍ରସ ର ଜିଲ୍ଲା ସଂଯୋଜକ ଅଧ୍ୟାପକ ସୁରେଶ୍ଵର ଯୋଶୀ ପ୍ରାଥମିକ ଚିକିତ୍ସା ଉପରେ ତାଲିମ୍ ପ୍ରଦାନ କରିଥିଲେ l ଏଥିରେ ଦୂର୍ଘଟଣା ,ରକ୍ତ କ୍ଷରଣ , ପୋଡ଼ା ଘାଆ, ଅଂଶୁଘାତ, ସାପ କାମୁଡା, ଗ୍ୟାସ୍ ଚୁଲା ରେ ନିଅଁl ଲାଗିଲେ କିପରି ମୁକାବିଲା କରିବେ ସେ ବିଷୟରେ ତାଲିମ୍ ପ୍ରଦାନ କରାଯାଇଥିଲା l ଏହି ତାଲିମ୍ କାର୍ଯ୍ୟକ୍ରମ ରେ ପ୍ରାୟ ଦୁଇଶହ ରୁ ଉର୍ଦ୍ଧ ଗ୍ରାମବାସୀ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ l ଏଥିରେ ସମ୍ମାନିତ ଅତିଥି ଭାବେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ଜିଲ୍ଲା ନୋଡାଲ ଅଫିସର ଅଧ୍ୟାପିକା ଗୀତାଞ୍ଜଳି ମହାପାତ୍ର, ଅଧ୍ୟାପିକା ସୁଜାତା ସାହୁ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସହ ନାରୀ ଜାଗରଣ ଉପରେ ବକ୍ତବ୍ୟ ରଖିଥିଲେ l ଅଧ୍ୟାପିକା ରତ୍ନପ୍ରଭା ସେଠି, ଅଧ୍ୟାପିକା ଆଶା କିରଣ ଚୌଧୁରୀ ବହୁ ସହୋଯାଗ କରିଥିଲେ l ମହାବିଦ୍ୟାଳୟ ର ଅନ୍ୟ ଅଧ୍ୟାପକ ମାନେ ମଧ୍ୟ ଉପସ୍ଥିତ ଥିଲେ l ପଞ୍ଚାୟତ ମହାବିଦ୍ୟାଳୟ ର +୨ ଏବଂ +୩ ର ଯୁବ କ୍ରସ୍ ର ସ୍ୱେଚ୍ଛାସେବୀ ମାନେ ଏଥିରେ ବହୁ ସହୋଯାଗ କରିଥିଲେ l ଅଧ୍ଯାପକ ମାନେ ମହାବିଦ୍ୟାଳୟ ରେ ପାଠ ପଢିବା ସହ ଗ୍ରାମକୁ ଯାଇ ଗ୍ରାମବାସୀ ମାନଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା ଦାନ କରି ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଏକେଏନ ନିୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!