କୃଷି

ଚାଷ ଜମିରୁ ଖାଇବା ଥାଳି ସଂଯୋଗ ହେଲେ ଚାଷୀ ଲାଭ ପାଇବେ

ଚାଷ ଜମିରୁ ଖାଇବା ଥାଳି ସଂଯୋଗ ହେଲେ ଚାଷୀ ଲାଭ ପାଇବେ

ତା 06/12/23
ସ୍ଥାନ ବରଗଡ
ରିପୋର୍ଟ ରଜନୀକାନ୍ତ ସାହୁ

ଚାଷୀଙ୍କୁ ମିଳୁନି କି ବଜାର?’ ଶୀର୍ଷକ ଆଲୋଚନା ଚକ୍ରରେ ଭାଗନେଇ କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ କହିଲେ, ‘କୃଷି, ଗୋପାଳନ ଓ ମତ୍ସ୍ୟ ଚାଷ ପ୍ରତି ଲୋକଙ୍କ ଆଗ୍ରହ ଢେର ଗୁଣା ବଢ଼ିଛି। ମିଲେଟ୍ ମିସନରେ ଓଡ଼ିଶାର ପଦକ୍ଷେପ ବିଶ୍ୱସ୍ତରୀୟ। ଆମେ ଯେବେ କୃଷିକୁ ବ୍ୟବସାୟ ଭାବିବା ସେବେ ବଜାର ସମସ୍ୟାର ସମାଧାନ ହେବ। ଚଳିତ ବର୍ଷ ଶୀତଳଭଣ୍ଡାର ସଂଖ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଚାଷକୁ ପ୍ରୋତ୍ସାହିତ କରିବାକୁ ସବ୍‌ସି଼ଡି ଦିଆଯାଉଛି। ଏବେ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଚାଷ କରିବାକୁ ହେବ। ସବୁ ଆହ୍ବାନର ସମାଧାନ ଦିଗରେ ପଦକ୍ଷେପ ନିଆଯାଉଛି।’
ବିଶିଷ୍ଟ ଶିକ୍ଷାବିତ୍ ତପନ ପଣ୍ଡା କହିଲେ,‘କେବଳ ନୀତି କରିଦେଲେ ହେବନି। ନିର୍ଧାରିତ ନୀତିଗୁଡ଼ିକ କିପରି କାର୍ଯ୍ୟକାରୀ ହେଉଛି ସେସବୁର ତଦାରଖ କରିବା ମଧ୍ୟ ଆବଶ୍ୟକ। ଉତ୍ପାଦନ ସହ ମାର୍କେଟ୍ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। ଉତ୍ପାଦିତ ସାମଗ୍ରୀର ଉପଯୁକ୍ତ ମୂଲ୍ୟ, ଶ୍ରମିକ ପାଉଣା ବୃଦ୍ଧି ଉପରେ ପ୍ରାଥମିକତା ଦିଆଯାଉ। ଚାଷ ଜମିରୁ ଖାଇବା ଥାଳି ପର୍ଯ୍ୟନ୍ତ ସଂଯୋଗ କରିପାରିଲେ ଚାଷୀଙ୍କ ଉନ୍ନତି ହୋଇପାରିବ।’
କୃଷକ ନେତା ରମେଶ ମହାପାତ୍ର କହିଲେ, ‘ସରକାର ଚାଷୀଙ୍କ ପାଇଁ ଯୋଜନା କରୁଛନ୍ତି। ମାତ୍ର ତାହା ଠିକ୍ ଭାବେ କାର୍ଯ୍ୟକାରୀ ହେଉନି। ଚାଉଳକୁ ନେଇ ରାଜନୀତି ହେଉଛି। କିନ୍ତୁ କୃଷକର ଆୟ ବଢୁନି କି ଏମ୍ଏସ୍‌ପି ବୃଦ୍ଧି ହେଉନି। ଧାନ ବ୍ୟତୀତ ଅନ୍ୟ କୌଣସିରେ ବଜାର ବ୍ୟବସ୍ଥା ନାହିଁ। ଧାନର ସର୍ବନିମ୍ନ ମୂଲ୍ୟ ଚାଷୀକୁ ମିଳୁନି। ମଣ୍ଡି ବ୍ୟବସ୍ଥା ଠିକ୍ ନାହିଁ। ସିସିଟିଭି ଲାଗିଛି, ହେଲେ ଇଣ୍ଟରନେଟ୍ ସୁବିଧା ନଥିବାରୁ ସ୍ବଚ୍ଛତା ପଦାକୁ ଆସିପାରୁନି।

ବରଗଡ ଜିଲ୍ଲା ଗାଇସିଲେଟ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ akn ନ୍ୟୁଜ l

Leave a Reply

Your email address will not be published. Required fields are marked *

Back to top button
error: Content is protected !!