ଜିଲ୍ଲା

ମାଆ ଗୁଜେନ ମାଉଲୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ*

ନୂଆପଡା,(AKN NEWS): ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଖାସବାହାଲ ଗ୍ରାମ ପଞ୍ଚାୟତର ଖଇରଭାଡ଼ି ଗ୍ରାମରେ ଚାଲିଥିବା ମାଆ ଗୁଜେନ ମାଉଲୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇ ଯାଇଛି। ଗତ ୧୮ ତାରିଖରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଭାଗ ନେଇଥିବା ବେଳେ ଫାଇନାଲ ମ୍ୟାଚରେ ଭୋଜପୁର ଦଳ ଟ୍ରାଇବେକରରେ ଖଡ଼ିଆଳ ଦଳକୁ ହରାଇ ଚମ୍ପିୟାନ ହୋଇଥିଲା। ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଆସନ୍ତା କିଛି ବର୍ଷ ମଧ୍ୟରେ ଖଡ଼ିଆଳ ବିଧାନସଭା ମଣ୍ଡଳୀ କୁ ଫୁଟବଲର ହବ କରାଯିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ କୁନୁ ଚରଣ ବେହେରା, ଜଳବିଭାଜିକା ସମ୍ପାଦକ ହରି ଟାହାଣି ପ୍ରମୁଖ ଯୋଗଦେଇ ଉଭୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ତାପସ ପତି ଓ ସାଥି ଖେଳ ପରିଚାଳନା କରିଥିବା ବେଳେ ଚନ୍ଦ୍ର ଟାହାଣି, ରାଜୁ ଟାହାଣି, ଜଗତ ଟାହାଣି, ଭବାନୀ ହଂସ, ମନଧର ମାଝି, କ୍ଷେମା ଶବର, ଭୁଜବଳ ଭୋଇ, ରୋହିତ ହଂସ, ପ୍ରଦୀପ ଟାହାଣି, ନୀଳ ସାଗର ଟାହାଣି ପ୍ରମୁଖ ସହଯୋଗ କରିଥିଲେ। ଉଦ୍ଧବ ବେହେରା ଓ ମନୋଜ ବେହେରା ଧାରା ବିବରଣୀ ପ୍ରଦାନ କରିଥିଲେ।

 

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!