ଓଡିଶା ଖବର

ମହଖଣ୍ଡ ଗ୍ରାମ ଠାରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ବୈଠକ*

ତୁରେକେଲା,(ଏକେଏନ୍ ନ୍ୟୁଜ୍ ): ବଲାଙ୍ଗୀର  ଜିଲ୍ଲା ତୁରେକେଲା ବ୍ଳକ ମହଖଣ୍ଡ ଗ୍ରାମ ସ୍ଥିତ ଦୁର୍ଗା ମନ୍ଦିର ମଣ୍ଡପ ପରିସରରେ କୁଳପତି ଶମ୍ଭୁ କିଶୋର ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ 42 ତମ ଯୁବ ଛାତ୍ରଛାତ୍ରୀ ସମ୍ମେଲନ ପାଇଁ ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷର କାର୍ଯ୍ୟକ୍ରମକୁ ବିଜୟ ଦଶମୀ ଦିନ ପରିବର୍ତ୍ତେ ଅକ୍ଟୋବର 27 ତାରିଖରେ କାର୍ଯ୍ୟକ୍ରମ ହେଉଥିବାରୁ ସମସ୍ତ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମ ଦୁର୍ଗା ମନ୍ଦିର ପରିସରରେ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ସଭାରେ ଉପକୂଳପତି ସୁରେନ୍ଦ୍ର କୁମାର ପ୍ରଧାନୀ, କୋଷାଧ୍ୟକ୍ଷ ଶ୍ରୀବତ୍ସ ବାରିକ, ପରାମର୍ଶ ଦାତା ମହେଶ୍ଵର ପ୍ରସାଦ ବାରିକ, ଅଶ୍ୱନୀ ପ୍ରଧାନୀ, ପ୍ରମୋଦ କୁମାର ପଣ୍ଡା , ଅନୁଧ୍ୟାନ କମିଟି ସଦସ୍ୟ ଉମାକାନ୍ତ ରାଉତ, ମହଖଣ୍ଡ ଅଞ୍ଚଳ ସଭାପତି ତୁଳସାଗର ରାଉତ, ସମ୍ପାଦକ ଦୁଖୀଶ୍ୟାମ ବାରିକ, ମହେନ୍ଦ୍ର କୁମାର ବାରିକ, ଚିତରଞ୍ଜନ ବାରିକ, ସୁନୀଲ ରାଉତ, ଉଗ୍ରେସନ ବାରିକ, ପୁରୁଷୋତ୍ତମ ବାରିକ, ସପନେଶ୍ୱର ବାରିକ, ଅନୀଲ ରାଉତ ସମେତ ମହଖଣ୍ଡ ଗ୍ରାମର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ସଙ୍ଗଠକ ପରମେଶ୍ୱର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

 

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!