ଜିଲ୍ଲା
Trending

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ।

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ।
ଭବାନୀପାଟଣା ତା ୨୭.୧୦.୨୦୨୩: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ରେ ଜିଲ୍ଲାପାଳ , କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଗତିକୃଷ୍ନ ସାମନ୍ତରାୟ ଏଜେଣ୍ଡା ଅନୁଯାଇ ବ୍ଲାକ ସ୍ପଟ୍, ରାସ୍ତା ଅବରୋଧ, ରାସ୍ତା ମରାମତି, ଚଡ଼ାଉ, ଅବକାରୀ, ଜରୁରୀକାଳୀନ ଯତ୍ନ, ସଚେତନତା , ରାଜସ୍ବ ଆଦାୟ ଉପରେ ଓ ଗତ ୧୫.୫.୨୦୨୩ ରିଖରେ ଅନୁଷ୍ଠିତ ବୈଠକ ର ବିଭିନ୍ନ ପଦକ୍ଷେପ ଉପରେ ଗୃହରେ ସୂଚନା ଦେଇଥିଲେ ।ବର୍ତ୍ତମାନ ଜିଲ୍ଲାରେ ଏନ ଏଚ ୨୬ ରେ କନ୍ତେସିର ରୁ ତହଂସିର, ଉତ୍କେଲା ବଂଗ୍ଲୋ ଛକ, ଚାଞ୍ଚେ ର ରୁ କୋକୋମୁଣ୍ଡା , ହାତୀବ୍ରିଜ ରୁ ବଲ ଦିଆମାଲ ଏଭଳି ୪ ଟି ବ୍ଲାକ ସ୍ପଟ୍ ରହିଛି। ଯେଉଁ ରାସ୍ତାରେ ରାସ୍ତା ନିରାପତ୍ତା ସାଇନ୍ ବୋର୍ଡ, ସତର୍କତା ବାର୍ତ୍ତା, ଗତି ସୀମା ବୋର୍ଡ,ରମ୍ବଲରସ୍ ନାହିଁ ତାହା ଲଗାଇବାକୁ ଶୀଘ୍ର ପଦକ୍ଷେପ ନେବାକୁ ଏନ୍ ଏଚ,ଆର ଡି ଏବଂ ଆର୍ ବି ନିର୍ବାହୀ ଯନ୍ତ୍ରୀ ଙ୍କୁ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାକୁ କହିଥିଲେ।ସେଭଳି ଏନ୍ ଏଚ ୨୬ ଜାତୀୟ ରାଜପଥରେ ସମସ୍ତ ହମ୍ପସ ହଟାଇବା ସହିତ ଏନ୍ ଏଚକୁ ଲାଗି ବିଦ୍ୟାଳୟ ର ସାମ୍ନା ଗେଟ୍ କୁ ବନ୍ଦ କରି ଅନ୍ୟ ବ୍ୟବସ୍ଥା କରିବାକୁ ସଂପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ କହିଥିଲେ।ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଜିଲ୍ଲାରେ ଆର୍ ଟି ଓ ଓ ପୋଲିସ ବିଭାଗ ଦ୍ଵାରା ଦୃତ ଗାଡ଼ି ଚାଳନା ପାଇଁ ୨୨୯,ବିନା ହେଲମେଟ ଓ ସିଟ୍ ବେଲ୍ଟ ଅପରାଧ ପାଇଁ ୧୪୨, ମଦ୍ୟପାନ ସହ ଗାଡ଼ି ଚାଳନା ଭଳି ଅପରାଧ ପାଇଁ ୧୦ ଜଣ ଙ୍କ ଲାଇସେନ୍ସ ନିଲମ୍ବନ କରାଯାଇଛି। ଜିଲ୍ଲାରେ ଅଗଷ୍ଟ ସେପ୍ଟେମ୍ବର ମାସରେ ୫୪ ଟି ଦୁର୍ଘଟଣା ଘଟି ୧୭ ଜଣଙ୍କ ମୃତ୍ୟୁ ହୋଇଛି।୨୦୨୩ ରେ ଏପର୍ଯ୍ୟନ୍ତ ୧୧୦ ଜଣଙ୍କ ମୃତ୍ୟୁ ରାସ୍ତା ଦୁର୍ଘଟନା ରେ ହୋଇଛି।ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କଳାହାଣ୍ଡି, ଏ ଇ ଈ, ଆର୍ ଏଣ୍ଡ ବି, ଇ ଈ ଆର୍ ଡ଼ ବ୍ଲୁ ଡି ଭବାନୀପାଟଣା,/ଧର୍ମଗଡ,ଅବକାରୀ ଅଧିକ୍ଷକ, ଇ ଓ, ଏନ୍ ଏ ସି, କେସିଙ୍ଗା/ ଧର୍ମ ଗଡ/ ଭବାନୀପାଟଣା,କଳାହାଣ୍ଡି ଟ୍ରକ ମାଲିକ ସଂଘ ସଭାପତି, ଡି ଆଇ ପି ଆର୍ ଓ, ଇ ଈ, ଟି ପି ଡବ୍ଲୁ ଡି ଏଲ୍,ଆର୍ ଟି ଓ କାର୍ଯ୍ୟାଳୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!