ଖୋଲିବ ରତ୍ନଭଣ୍ଡାର ! କେତେ ଯେ ଧନ ରତ୍ନ ଜାଗା ର ପଢନ୍ତୁ !

ରତ୍ନଭଣ୍ଡାର ଖୋଲିବାକୁ ପୁଣି ଜୋର ହେଲା ଦାବି । କେବେ ଖୋଲିବ ରତ୍ନଭଣ୍ଡାର ତାହାକୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ଚର୍ଚ୍ଚା । ରଘୁବୀର ଦାସ କମିସନଙ୍କ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି ହୋଇଛି । ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଚର୍ଚ୍ଚା କି ଆଲୋଚନା ଥମି ନାହିଁ।ଶ୍ରୀମନ୍ଦିର ଆଇନ ଓ ରେକର୍ଡ ଅଫ ରାଇଟ ଅନୁଯାୟୀ ପ୍ରତି ୩ ବର୍ଷରେ ଥରେ ରତ୍ନଭଣ୍ଡାର ଖୋଲାଯାଇ ସ୍ୱର୍ଣ୍ଣ ଅଳଙ୍କାର ଯାଞ୍ଚ ହେବା କଥା।
ଶେଷ ଥର ପାଇଁ ୧୯୮୫ ମସିହାରେ ରତ୍ନଭଣ୍ଡାର ଖୋଲାଯାଇ ଇନଭେଣ୍ଟରି କରାଯାଇଥିଲା। ଭିତର ରତ୍ନଭଣ୍ଡାର ଖୋଲିବାକୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ପ୍ରଶାସନିକ ଅଧିକାରୀ ୨୦୧୮ ଏପ୍ରିଲରେ ଭିତର ରତ୍ନଭଣ୍ଡାର ଖୋଲିବା ନେଇ ପଦକ୍ଷେପ ନେଇଥିଲେ। ତେବେ ହଠାତ ରତ୍ନଭଣ୍ଡାର ଚାବି ହଜିଯାଇଥିବା ତଥ୍ୟ ସେବାୟତଙ୍କ ମାଧ୍ୟମରେ ପଦାକୁ ଆସିଲା। ଚାବି ହଜିବା ଘଟଣାକୁ ନେଇ ସମଗ୍ର ରାଜ୍ୟ ଓ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା।

ରାଜ୍ୟ ସରକାର ଚାବି ହଜିବା ଘଟଣା ତଦନ୍ତ ପାଇଁ ଜଷ୍ଟିସ ରଘୁବୀର ଦାସ କମିଶନ ବସାଇଥିଲେ। ଏଥିପାଇଁ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦ ମାସ ତଳୁ କମିଶନ ୩୨୪ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଥିଲେ। କିନ୍ତୁ ଏଯାଏଁ ତଦନ୍ତ ରିପୋର୍ଟକୁ ଚାପି ରଖାଯାଇଛି। ଏହି କାରଣରୁ ବାରମ୍ବାର ରତ୍ନଭଣ୍ଡାର ଚୋରୀ ନେଇ ପୋଷ୍ଟର ଲଗାଯାଉଛି। ରତ୍ନଭଣ୍ଡାର ତୁରନ୍ତ ଖୋଲି ଯାଞ୍ଚ ହେବା ସହ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି କରାଯାଇଛି।