
କଳାହାଣ୍ଡି,(AKN NEWS): କଳାହାଣ୍ଡି ଜିଲ୍ଲା ଧର୍ମଗଡ ଏନ୍,ଏ,ସି ୩ ନମ୍ବର ୱାର୍ଡ ର ଲକ୍ଷ୍ମୀକାନ୍ତ ଧଙ୍ଗଡା ମାଝୀ ( ମୁସୁରୁ ) ସେ ଜଣେ ଗଣମାଧ୍ୟମ ପ୍ରତିନିଧି ଓ ଧର୍ମଗଡ ବ୍ଲକ ଓ୍ବେବ୍ ମିଡ଼ିଆ ସଂଘ ର ସଭାପତି ଅଛନ୍ତି । ଏବଂ ତାଙ୍କର ଇଛା ହେଉଛି ଗରିବ ନିସହାୟ ଲୋକଙ୍କ ସେବା ସେ ଜଣେ ସୁଦକ୍ଷ କ୍ରୀଡ଼ା ବିତ୍ ଫୁଟବଲ ଖେଳାଳୀ ଭାବରେ ଜିଲ୍ଲା ତଥା ରାଜ୍ୟ ଓ ରାଜ୍ୟ ବାହାରେ ବହୁ ପରିଚିତ ସବୁବେଳେ ନିଜର ରକ୍ତ ଅନ୍ୟ କୁ ଦେଇ ଏହା ଏକ ସେବା ବୋଲି ନିଜକୁ ଏପରି ସେବା କରିବା ମୋ ପାଇଁ ଭାଗ୍ୟ ବାନ ବୋଲି ଭାବନ୍ତି। ତାଙ୍କର ଆଉ ଜଣେ ସହଯୋଗୀ ହେଉଛନ୍ତି ଟିପିଗୁଡା ପଞ୍ଚାୟତ ସ୍ଥିତ ବୋକ୍ରାସିଲ୍ ଗ୍ରାମର ରୁକଚନ୍ ମାଝୀ ( ବୋବା ) ସେ ଜଣେ କବି ସମାଜ ସେବୀ ଏବଂ ଗଣମାଧ୍ୟମ ପ୍ରତିନିଧି ଅଟନ୍ତି । ମୃତ୍ୟୁ ପରେ ନିଜ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ କୁ ଅନ୍ୟ ଲୋକ ଙ୍କ ପାଇଁ ଦାନ କରିବା କୁ ଘୋଷଣା କରିଛନ୍ତି। କୌଣସି ଟଙ୍କା କିମ୍ବା ପଇସା ପାଇଁ ନୁହେଁ ନୀରିହ ଗରିବ ଅସହାୟ ଲୋକଙ୍କୁ ମାଗଣା ରେ ସାହାଯ୍ୟ କରିବା ପାଇଁ, ମଣିଷ ମରିଗଲେ ତାକୁ ନିଆଁ ରେ ପୋଡି ଗାତ ଖୋଲି ପୋତି ଦେଉଛନ୍ତି ତାହା କୈାଣସି ଲୋକଙ୍କ ର କାମ ରେ ଆସୁ ନାହିଁ ବୋଲି ଦୁଇ ଜଣ ସାମ୍ବାଦିକ ମତ ଦେଇଛନ୍ତି । ସେଥିପାଇଁ ଦୁଇ ଜଣ ଯୁବ ସାମ୍ବାଦିକ ଅଙ୍ଗଦାନ କରିବା ପାଇଁ ଆଗେଇ ଆସିଛନ୍ତି। ସରକାରୀ ସ୍ତରରେ ଉଭୟ ଦୁଇ ଜଣ ଯୁବ ସାମ୍ବାଦିକ ପଞ୍ଜିକରଣ କରିଛନ୍ତି। ଲକ୍ଷ୍ମୀକାନ୍ତ କିଡନୀ, ଯକୃତ, ହୃତପିଣ୍ଡ, ଫୁସଫୁସ, ହାଡ଼,ଚର୍ମ, ଆଖି ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଦାନ କରୁଥିବା ବେଳେ ରୁକଚନ୍ କିଡନୀ, ଯକୃତ, ହୃତପିଣ୍ଡ, ଫୁସଫୁସ, ହାଡ଼,ଚର୍ମ ଆଖି ଏପରି କି ତାଙ୍କର ସବୁ ଅଙ୍ଗ କୁ ଦାନ କରିଦେଇଛନ୍ତି ଅନ୍ୟ ଲୋକଙ୍କ ଶରୀରରେ ପ୍ରତିରୋପଣ କରିବା କୁ ଦେବେ ।
ଏ ସମ୍ପର୍କରେ ଉଭୟେ ବିଧିବଦ୍ଧ ଚୁକ୍ତିନାମ ପଞ୍ଜିକରଣ କରିଥିବା ଜଣାପଡିଛି। ଅଙ୍ଗଦାନ ପଞ୍ଜିକରଣ ଖବର ଚାରିଆଡେ ପ୍ରଚାରିତ ହେବା ପରେ ଦୁଇ ଜଣ ଯୁବ ସାମ୍ବାଦିକ ଙ୍କୁ ଶହ ଶହ ଲୋକେ ପ୍ରଶଂସା କରିବା ସହ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ମୃତ୍ୟୁ ପରେ ଅଙ୍ଗପ୍ରତ୍ୟଙ୍ଗ ପ୍ରତିରୋପଣ କରି ଅନ୍ୟ ଜୀବନ ବଞ୍ଚାଇବା ଏକ ମହତ୍ କାମ ତେଣୁ ପ୍ରତ୍ୟେକ ସଚେତନ ନାଗରିକ ସ୍ବେଚ୍ଛାସେବୀ ଅଗ୍ରସର ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ଓ ସମାଜ ପାଇଁ ଦୁଇ ଜଣ ଯୁବ ସାମ୍ବାଦିକ ନୂଆ ବାର୍ତ୍ତା ଦେଇଛନ୍ତି।
Dhramgarh upa khanda ru shyam sundar agrawal akn news