ମାଣିକେଶ୍ଵରୀ ସରକାରୀ ଉଚ୍ଚ ବିଦ୍ୟାଳୟର ୫୫ସଂଖ୍ୟା ବାର୍ଷିକ କ୍ରୀଡ଼ା ଉଦ୍ଯାପିତ

ଭବାନୀପାଟଣା,୨୨/୧୨ (AKN NEWS): ସ୍ଥାନୀୟ ମାଣିକେଶ୍ଵରୀ ସରକାରୀ ଉଚ୍ଚ ବିଦ୍ୟାଳୟର ୫୫ସଂଖ୍ୟା ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି। ସହରସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଗତ ୨୦ ଓ ୨୧ ତାରିଖ ଏହା ଅନୁଷ୍ଠିତ ହୋଇଥିଲା। ଉଦ୍ଘାଟନୀ ଉତ୍ସବରେ ଓଡିଶା ଅଲମ୍ପିକ ଏସୋସିଏସନର ସଭାପତି ତଥା କଳାହାଣ୍ଡି ଜିଲ୍ଲା କ୍ରୀଡ଼ା ସଂସ୍ଥାର ସାଧାରଣ ସଂପାଦକ ଜଗମୋହନ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମଶାଲ୍ ପ୍ରଜ୍ଵଳନ ତଥା ଧ୍ଵଜା ଉତ୍ତୋଳନ ପୂର୍ବକ କ୍ରୀଡ଼ା ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କ ପ୍ୟାରେଡ୍ ଅଭିବାଦନ ପରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବି ପ୍ରସାଦ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ଦିବସର ଉଦ୍ଯାପନୀ ସମାରୋହର ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ତଥା ବିଦ୍ୟାଳୟର ପୁରାତନ ଛାତ୍ର ତନ୍ମୟ କୁମାର ଦରୱାନ, ସମ୍ମାନୀତ ଅତିଥି ପୂର୍ବତନ ଜିଲ୍ଲା ଶାରୀରିକ ନିରୀକ୍ଷକ ମହେନ୍ଦ୍ର କୁମାର ପଣ୍ଡା ରୂପେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିଭୂତି ଭୂଷଣ ଠାକୁର ମଞ୍ଚ ପରିଚାଳନା କରିଥିବାବେଳେ କ୍ରୀଡ଼ା ଶିକ୍ଷକ ଜିତେନ୍ଦ୍ର କୁମାର ରଥ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ର ଏବଂ ଅବସର ପ୍ରାପ୍ତ ଶିକ୍ଷକ ଅଂଶଗ୍ରହଣ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। କ୍ରୀଡ଼ା ଉତ୍ସବକୁ ଆକର୍ଷଣ କରିବା ପାଇଁ ଶିକ୍ଷକ ରାଜୁ କୁମାର ସାହୁ, ଦେବୀ ପ୍ରସାଦ ଆଚାରୀ, ଦିଲିପ କୁମାର ଦାସ, ହୃଦୟ ରଂଜନ ଜଗଦଲା, ଉଦିତ ପ୍ରତାପ ସିଂ, ଶିକ୍ଷୟିତ୍ରୀ ଗୀତାଞଳୀ ତ୍ରିପାଠୀ, ପ୍ରଣତୀ ମହାପାତ୍ର, ପ୍ରତିଭା ସାହୁ, ମିନତୀ ଦାଶ, ତମସା ମହାପାତ୍ର, ସସ୍ମିତା ପ୍ରଧାନ, ସୁଦିପ୍ତା ଦାଶ, ଆନନ୍ଦିନୀ ଠାକୁର, ନିରୁପମା ମଲ୍ଲିକ,ହେମା ସାଥୁଆ ଏବଂ ବିଦ୍ୟାଳୟର ଅଣ ଶିକ୍ଷକ କର୍ମଚାରୀ ଲୋକନାଥ
ନାଏକ,ପୁଷ୍ପାଞ୍ଜଳୀ ବେହେରା, ଗୋକୁଳ ଚନ୍ଦ୍ର ସାହୁ,
ଧବଲେଶ୍ୱର ସିଂ, ସଂଜିବ ଗଉଡ଼ ତଥା ବିଏଡ୍ କଲେଜର ଛାତ୍ରଛାତ୍ରୀମାନେ କ୍ରୀଡ଼ା ପରିଚାଳନାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ। ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ବ୍ୟୁରୋ ରିପୋର୍ଟ AKN NEWS


