ଓଡିଶା ଖବର

ବେହେରା କଲେଜରେ ନୂଆ ଓ କାର୍ଯ୍ୟକ୍ରମ ଉଦଯାପିତ

  • (AKN NEWS): ଯୁବ ଶକ୍ତିର ଉତ୍ଥାନ ପାଇଁ ରାଜ୍ୟ ସରକାର ନୂଆ- ଓ (ଯୁବ ଓଡ଼ିଶା – ନବୀନ ଓଡ଼ିଶା) କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ନୂତନ ଓଡିଶା ନିର୍ମାଣର ସ୍ୱପ୍ନ ଯୁବବର୍ଗଙ୍କ ହାତରେ ରହିଛି ସେମାନଙ୍କ ପ୍ରତିଭା ବିକାଶ ହେଲେ  ଜଣେ ସ୍ୱେଚ୍ଛାସେବୀ ଓ ଭବିଷ୍ୟତରେ ଦାୟିତ୍ଵ ସମ୍ପନ୍ନ ନାଗରିକ ହୋଇପାରିବେ। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରକାଶିତ ମାର୍ଗଦର୍ଶିକା ଅନୁଯାୟୀ କ୍ରୀଡ଼ା, ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ଷେତ୍ରରେ ଯୁବବର୍ଗଙ୍କ ଅଂଶ ଗ୍ରହଣକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କୁ ରାଜ୍ୟର ବିକାଶରେ ସକ୍ରୀୟ ଅଂଶୀଦାର କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବେହେରା ଠାରେ ଆୟୋଜିତ ହୋଇସାରିଛି। ଉଦଯାପନୀ ସଂଧ୍ୟାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ,ମୁଖ୍ୟ ବକ୍ତା ଭାବେ ଡ. ଉମେଶ ଚନ୍ଦ୍ର ଶତପଥୀ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବେହେରା ହାଇସ୍କୁଲର ପ୍ରଧାନ ଶିକ୍ଷକ ରୁପେନ୍ଦ୍ର ବାଣୁଆ, ନୋଡାଲ ଅଫିସର ଅଧ୍ୟାପକ ରଂଜନ କୁମାର ପଣ୍ଡା ମଞ୍ଚାସୀନଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା  ଛାତ୍ରଛାତ୍ରୀ ଓ ରକ୍ତଦାତାମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।କଲେଜର ଯୁବରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ମୋହନ ଚରଣ ବିଷିଙ୍କୁ ୫୦ଥର ରକ୍ତଦାନ କରିଥିବାରୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ। ସଂଧ୍ୟାରେ ରଂଗାରଂଗ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ସଭାକୁ ଅଧ୍ୟାପକ ଅକ୍ଷୟ କୁମାର ପଟ୍ଟନାୟକ ସଂଯୋଜନା କରିଥିବାବେଳେ ଅଧ୍ୟାପକ ମୋହନ ଚରଣ ବିଷି ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ।ପୁରସ୍କାର ପ୍ରଦାନ ଉତ୍ସବକୁ ସୁରେନ୍ଦ୍ର କୁମାର ସାହୁ ଓ ଫକିର ଚଣ୍ଡି ପରିଚାଳନା କରିଥିବାବେଳେ ଅଧ୍ୟାପକ ନିକୁଞ୍ଜ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କଲେଜର ଅଶୋକ ଚଣ୍ଡି,ସାନୁର୍ଯ୍ୟ ଗୋପାଳ ସମେତ ଯୁବରେଡକ୍ରସର ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!