ଓଡିଶା ଖବର
ଗୋଲାମୁଣ୍ଡା ଥାନା ସମ୍ମୁଖରେ ପିକଅପ ବାଇକ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ

ଗୋଲାମୁଣ୍ଡା ୨୧/୧୨ ,(AKN NEWS):ଗୋଲାମୁଣ୍ଡା ଥାନା ସମ୍ମୁଖରେ ଥିବା ବିଜୁ ଏକ୍ସପ୍ରେସ ରାସ୍ତାରେ ପିକଅପ ଓ ବାଇକ ମୁହାଁମୁହିଁ ଧକାରେ ବାଇକ ଆରୋହି ମୃତ୍ୟୁ ହୋଇଥିବା ଜଣାପଡିଛି । ବାଇକ ଆରୋହି ଜଣକ ହେଲେ ଗ୍ରୀଣ୍ଡୋଲ ଗ୍ରାମ ବେଲପଡାର ବୈକୁଣ୍ଠ ମାଝୀ (୪୨) । ସେ କୋଣସି କାମରେ ତୁମରା କୁ ଯାଇଥିଲେ ସେଠାରୁ OD08 P 4981 ନାମକ ବାଇକ ଯୋଗେ ଫେରୁଥିବା ସମୟରେ ଧର୍ମଗଡ଼ ପଟୁ ଆସୁଥିବା ପିକଅପ ଓଡି 08 ବି 7609 ନାମକ ଗାଡି ସହ ମୁହାଁ ମୁହିଁ ଧକ୍କା ହୋଇଥିଲା ।
ପିକପ ଗାଡି ଫେରାର ମାରୁଥିଲା ବେଳେ ହାତିବନ୍ଧା ଢାବା ନିକଟରେ ଗୋଲାମୁଣ୍ଡା ପୋଲିସ ଗାଡିଟିକୁ ଜବତ କରିଛି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଗୁରୁତର ବିକ୍ତି ଙ୍କୁ ଉଦ୍ଧାର କରି ଗୋଲାମୁଣ୍ଡା ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।
dhramgarh upa khanda ru shyam sundar agrawal akn news


