ଓଡିଶା ଖବର

୧୦୬ତମ ଶିକ୍ଷା ଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ

(AKN NEWS): କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ଓ ଭାରତୀୟ ଷ୍ଟେଟ ବ୍ଯାଙ୍କ ଦାସିଗାଁ ଶାଖାର ମିଳିତ ଆନୁକୂଲ୍ୟରେ ଜୁନାଗଡ଼ ବ୍ଲକ କର୍ଲାକୋଟ ରାଜପୁର ସ୍ଥିତ ସୁଧାଂଶୁ ଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୧୦୬ତମ ଶିକ୍ଷା ଚେତନା ଅଭିଯାନ ଅନୁଷ୍ଠିତ ହେଇଯାଇଛି। ସମାଜସେବୀ ସୁଧାଂଶୁ ଶେଖର ନେଗୀଙ୍କ ଅଧ୍ଯକ୍ଷତାରେ ଜୁନାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ମେହେର ମୂଖ୍ଯ ଅତିଥି ଭାବରେ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଦାସିଗାଁ ଷ୍ଟେଟ ବ୍ଯାଙ୍କ ଶାଖା ପରିଚାଳକ ବିପୁଳ ପ୍ରଧାନ, ସମାଜସେବୀ ଉଦ୍ଧବ ଚରଣ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ଯ ଘନଶ୍ୟାମ ଗୁରୁ, ସମାଜସେବୀ ବିମଳ କିଶୋର ପଣ୍ଡା, ଦଣ୍ଡପାଟ ଯୁବ ସେବା ସଂଗଠନ ସଭାପତି ରଜତ ବଂଶଲ, ନେତାଜୀ ସେବା ସଂଗଠନ ସଭାପତି ସଂଜୀବ ଠାକୁର, ସମାଜସେବୀ କୁଶ ମାଝି, ସମାଜସେବୀ ଜୟନ୍ତ କୁମାର ପଣ୍ଡା, କଲେଜ ଅଧ୍ଯକ୍ଷ ମାନସ ରଞ୍ଜନ ପଣ୍ଡା ପ୍ରମୂଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ରେ ବିଜ୍ଞାନ, ସଂସ୍କୃତି, ତିଥି, ପର୍ବପର୍ବାଣି, ପୁରାଣ, ଇତିହାସ, ମହାପୁରୁଷ ଙ୍କ ଜୀବନି, ସ୍ବାଧୀନତା ସଂଗ୍ରାମ ଓ ଜଣାଅଜଣା କୁ ନେଇ ପ୍ରଶ୍ନମଞ୍ଚ ଆୟୋଜନ କରାଯାଇ କ୍ରୁତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନୀତ ଓ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଧ୍ୟାପକ ମୂରଳୀଧର ସାହୁ ଓ ଅଧ୍ଯାପିକା ଲକ୍ଷ୍ମୀ ଧଙ୍ଗଡାମାଝୀ ବିଚାରକ ଭାବେ ଯୋଗଦାନ କରିଥିବା ବେଳେ ଅଧ୍ଯାପକ ଆତ୍ମାରାମ ପାଢ଼ୀ ଗଣକ ଦାୟିତ୍ୱ ସଂପାଦନ କରିଥିଲେ। ସଂଗଠନ ସଂପାଦକ ଅବିନାଶ ମୁଣ୍ଡ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଲକ୍ଷ୍ୟ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଅଧ୍ୟାପକ ଦଶମନ୍ତ ରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କଲେଜ ଅଧ୍ଯକ୍ଷ ମାନସ ରଞ୍ଜନ ପଣ୍ଡା ଧନ୍ଯବାଦ ଅର୍ପଣ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!