ଓଡିଶା ଖବର

ମାନସିଂହ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ   

  1.   ପୁରୀ ଜିଲ୍ଲା(AKN NEWS):କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ଡ଼କ୍ଟର ମାୟାଧର ମାନସିଂହ ମେମୋରିଆଲ ନୋଡ଼ାଲ ହାଇସ୍କୁଲ ,ନନ୍ଦଳା ପାଇକରାପୁର ଠାରେ ତା ଠ୮–0୪–୨୫ରିଖ ମଙ୍ଗଳବାର ଦିନ ୨୦୨୪/୨୫ ବର୍ଷ ନିମନ୍ତେ ବାର୍ଷିକ ଉତ୍ସବଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ରାମଲେଙ୍କା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସବିତା ବିଶ୍ବାଳ ମୁଖ୍ୟଅତିଥି ,ସୁସାହିତ୍ୟକ ଶ୍ରୀଯୁକ୍ତ କିଶୋର ବିଷୋୟୀ ମୁଖ୍ୟବକ୍ତା ଏବଂସମ୍ମାନନୀୟ ଅତିଥି ରୂପେ SMC ସଭାପତି ଶ୍ରୀଯୁକ୍ତ କେଦାର କୁମାର ସମାନ୍ତସିଂହାର, ପଞ୍ଚସଖା ସେତୁ ସଭାପତି ଶ୍ରୀଯୁକ୍ତ ହରିହରପଲାଇ,CRCC ପ୍ରସାନ୍ତ କୁମାର ନାୟକ ଯୋଗଦେଇ କ୍ରୀଡ଼ା,କୁଇଜି, ରଚନା, ବକ୍ତୃତା ତଥା ଅନ୍ୟାନ ପ୍ରତିଯୋଗୀତାରେ ବିଜୟୀ ବିଦ୍ୟାର୍ଥୀମାନଙ୍କୁ ପୁରସ୍କାର ପ୍ରଦାନକରିବା ସଙ୍ଗେସଙ୍ଗେ ଉତ୍ତମ ମଣିଷ ଟିଏ ହେବା ନିମନ୍ତେ ମତ ରଖିଥିଲେ । ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀ ଯୁକ୍ତ ଆର୍ତ୍ତତ୍ରାଣ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ

ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ଦଳେଇ ମଞ୍ଚ ପରିଚାଳନା କରିବା ସହ ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ଦଳେଇ ଧନ୍ୟବାଦ ପ୍ରଦାନ କରିଥିଲେ ‘I ଉକ୍ତ ସଭାରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ବିକ୍ରମ କୁମାର ବିଶ୍ୱାଳ, ଶ୍ରୀଯୁକ୍ତ ଆଲୋକ ରଞ୍ଜନ ବାରିକ, ଶ୍ରୀଯୁକ୍ତ ନିରଞ୍ଜନ ବିଶ୍ୱାଳ, ଶ୍ରୀଯୁକ୍ତ ସୀମାଞ୍ଜଳ ବିଶ୍ବାଳ,ଶ୍ରୀଯୁକ୍ର ଜଗନ୍ନାଥ ବେହେରା, ଶ୍ରୀମତୀ ରଞ୍ଜିତା ସ୍ୱାଇଁ, ସୁଶ୍ରୀ ଦିପ୍ତି ଜେନା, ସୁଶ୍ରୀ ସ୍ୱାଗତିକା ପାଢ଼ୀ ତଥା ଚତୁର୍ଥ ଶ୍ରେଣୀ କର୍ମଚାରୀ ସୋମନାଥ, ଟିଟୁ , ସସ୍ମିତା ପ୍ରମୁଖ ଉପସ୍ଥିତ ରହି ସଭାକାର୍ଯ୍ୟକୁ ସରସ ସୁନ୍ଦର କରିବାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!