ଓଡିଶା ଖବର

ମିନଗୁର ଗ୍ରାମ ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା, ନବୀନ ଓଡ଼ିଶା’ ସଚେତନତନା କାର୍ଯ୍ୟକ୍ରମ ଅନୁଷ୍ଠିତ l 

(AKN NEWS): କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ଅନ୍ତର୍ଗତ ମିନଗୁର ପଞ୍ଚାୟତ ଅନୁକୂଲ୍ୟରେ ଥିବା ମିନଗୁର ଧାନ ମଣ୍ଡି ପ୍ରାଙ୍ଗଣରେ ରେ ପଞ୍ଚାୟତ ସ୍ତରୀୟ ‘ ଆମ ଓଡ଼ିଶା ନବୀନ ଓଡ଼ିଶା’ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରେ ମିନଗୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ନିହାରିକା ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳମପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଣ୍ଡାଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ‘ ଆମ ଓଡ଼ିଶା ନବୀନ ଓଡ଼ିଶା’ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାଗୁଡିକର ବିଷୟରେ ରୂପାନ୍ତରିତକରଣ ମାର୍ଗଦର୍ଶନ କରିଥିଲେ ।

ଏଥିରେ ସମ୍ମାନିତ ଅତିଥି ବ୍ଲକ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା ,ବ୍ଲକ କନିଷ୍ଠ ଯନ୍ତ୍ରୀ ସୃତି ରଞ୍ଜନ ସେଠି,ଜିଲ୍ଲା ପରିଷଦ ନିବେଦିତା ହଂସ,ଦୁହିତା ମାଝୀ,ବୀଜମରା ସରପଞ୍ଚ ବାଳକୃଷ୍ଣମାଝୀ,ବଡ଼କୁଟ୍ରୁ ସରପଞ୍ଚ ଗଣେଶ ପଣ୍ଡା କଳମପୁର ସରପଞ୍ଚ.ପଣ୍ଡୀ ଗାଁ ସରପଞ୍ଚ କବିତା ଜୈନ,ଯେଇ ସନ୍ତୋଷ ବେହେରା ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ର ଘୁମୁରା ସମ୍ୱଲପୁରୀ ଦେଶ ଭକ୍ତି ଝୁମିଲେ ଦର୍ଶକ ଏବଂ ରସର କେଲି ଡାଲଖାଇ ଗୀତ ସହ ଅନେକ ସମ୍ବଲପୁରୀ ଗୀତରେ କଳାକାର ମାନେ ନାଚି ଲୋକଙ୍କ ମନ ଜିଣିଥିଲେ । ଏପରିକି ତାଙ୍କ ନାଚକୁ ଦେଖି ଉପସ୍ଥିତ ରହିଥ‌ିବା ସମସ୍ତ ଜନ ସାଧାରଣ ଝୁମି ଉଠିଥିଲେ l ଏହି କାର୍ଯ୍ୟକ୍ରମରେ ଅନେକ ନୃତ୍ୟ ଶିଳ୍ପୀ, କ୍ରୀଡା ପ୍ରତିଯୋଗିତା ରେ ଉଥିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଓ କଳମପୁର. ବ୍ଲକ ର ସାମ୍ବାଦିକ ମାନଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ରୁଦ୍ରମୋହନ ନିଆଲ ଓ ନୀଳକଣ୍ଠ ନାଏକ ମଞ୍ଚ ପରିଚାଳନା କରିଥିବାବେଳେ । ଏଥିରେ ମିନଗୁର ଗ୍ରାମ ପଞ୍ଚାୟତର ପିଇଓ ଉମାଶଙ୍କର ସା ,ଜିଆର୍‌ଏସ୍ ମଣ୍ଟୁ ପାତ୍ର ,ଯୋଗାଣ ସହାୟକ ପ୍ରଦୀପ ସେଠି ପ୍ରମୁଖ. ଉପଥିତ ରହି ସହଯୋଗ କରିଥିଳେ l

କଳାହାଣ୍ଡି ରୁ ଟଙ୍କଧରବିହାରୀ ଙ୍କ ରିପୋଟ akn news

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!