ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କୁ ଅଭିଭାବକ ଦେଲେ ସମ୍ବର୍ଦ୍ଧନା।

(AKN NEWS): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ଗୋଡାଳ ପଞ୍ଚାୟତ ହାଇସ୍କୁଲ ର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ଯୋଷୀ ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ସମ୍ମାନିତ ହେବା ପରେ ଅଭିଭାବକ ମହଲରେ ଖୁସି ବ୍ୟକ୍ତ କରି ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।ସିନାପାଲି ବ୍ଲକ ର ବସୁପଦର ଗ୍ରାମ ଠାରେ ମାଳପଡ଼ା ଓ ବସୁପଦର ଗ୍ରାମର ଅଭିଭାବକ ମାନେ ମିଳିତ ଭାବରେ ଏକ ସଭା କରି ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଅଭିଭାବକ ମାନେ ଔପଢୋକନ ଦେଇ ଆଦର୍ଶ ଶିକ୍ଷକ ଙ୍କ ଗୁଣଗାନ କରିଥିଲେ। ତାଙ୍କର କାରୁକାର୍ଯ୍ୟ ଓ କାର୍ଯ୍ୟଶୈଳୀ ପାଇଁ ବିଦ୍ୟାଳୟ ଓ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ନେଇ ଖୁସି ବ୍ୟକ୍ତ କରିଥିଲେ। ଏହି ଅବସର ରେ ସମ୍ବର୍ଦ୍ଧନା ସଭାରେ ବିରସିଂ ମାଝି, ନାରାୟଣ ମାଝି, ରଘୁନାଥ ମାଝି, କୁଷଧର ମାଝି ସମ୍ମାନୀତ ଅତିଥି ଭାବରେ ମଞ୍ଚାସିନ ରହିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ଯୋଷୀ ଉପସ୍ଥିତ ଅଭିଭାବକ ମାନଙ୍କୁ ଧନ୍ୟବାଦ ଜ୍ଞାପନ ଜଣାଇ ଆପଣ ମାନଙ୍କ ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା ଯୋଗୁଁ ଏହି ସମ୍ମାନ ମିଳିଛି। ଆପଣ ମାନଙ୍କ ଆଶିର୍ବାଦ ରେ ଆଗକୁ ଏହି ଶିକ୍ଷାନୁଷ୍ଠାନ ଆହୁରି ଆଗକୁ ଯିବାକୁ ବେଶ୍ ପ୍ରେରଣା ଯୋଗାଇବା ସହିତ ଏହି ସମ୍ବର୍ଦ୍ଧନା ମୋ ଶିକ୍ଷା ଜୀବନ ଭିତରେ ଅଭୁଲା ସ୍ମୃତି ହୋଇ ରହିବ ବୋଲି ପ୍ରକାଶ କରିଥିଲେ। ଏହି ଅବସର ରେ ଏନଆରଟିଏସ ୨୦୨୩- ୨୪ ଶିକ୍ଷା ବର୍ଷ ରେ ଜିଲ୍ଲାରେ ସର୍ବୋଚ୍ଚ ମାର୍କ ରଖି କୃତିତ୍ୱ ହାସଲ କରିଥିବା ଓଁକାର ମାଝି ଓ କେଶରୀ ମାଝି ଛାତ୍ର ଦ୍ବୟ ଙ୍କୁ ଅଭିଭାବକ ତଥା ଗ୍ରାମବାସୀ ଔପଢୋକନ ଦେଇ ସମ୍ମାନୀତ କରିଥିଲେ। ବିଦ୍ୟାଳୟ ର ପୂର୍ବତନ ଛାତ୍ର ବେଣୁଧର କୁବେର ଓ ଈଶ୍ୱର ରୁଦ୍ର ସହଯୋଗ କରିଥିଲେ।
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news


