ଓଡିଶା ଖବର

ଲାଞ୍ଜିଗଡ ବ୍ଲକ ସିଟି ପ୍ରାଥମିକ ଶିକ୍ଷକ ସଂଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଲାଞ୍ଜିଗଡ ବ୍ଲକ ସିଟି ପ୍ରାଥମିକ ଶିକ୍ଷକ ସଂଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଆଜି ସକାଳ ୧୦ଟା ସମୟରେ ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଲାଞ୍ଜିଗଡ ରୋଡ ଠାରେ ଜିଲ୍ଲା ସଭାପତି ଲବ ଦୁର୍ଗାଙ୍କ ଅଧ୍ୟକ୍ଷତାରେ ଲାଞ୍ଜିଗଡ ବ୍ଲକ ସିଟି ପ୍ରାଥମିକ ଶିକ୍ଷକ ସଂଘ ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ଲକ ର ସମସ୍ତ ବ୍ଲକ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଶିକ୍ଷକ ସେବା ପୁସ୍ତିକାକୁ ତ୍ୱରାନ୍ୱିତ କରିବା, ଶ୍ରେଣୀଗୃହ, ପାନୀୟ ଜଳ, ଶୌଚାଳୟ ଏବଂ ବିଦ୍ୟୁତ୍ ଯୋଗାଣ ସୁବିଧା, ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଜଣାଇବା ନିମନ୍ତେ ଆଲୋଚନା କରାଯାଇଥିଲା। ତତ୍ ସହିତ ବ୍ଲକ ରେ ଥିବା ଏକ ଶିକ୍ଷକ ବିଶିଷ୍ଟ ବିଦ୍ୟାଳୟ ଗୁଡିକରେ ଶୀଘ୍ର ଶିକ୍ଷକ ପ୍ରଦାନ ନିମନ୍ତେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଜଣାଇବା ପାଇଁ ସଭାରେ ମତପ୍ରକାଶ ପାଇଥିଲା। ଏହି ଅନୁଷ୍ଠିତ କାର୍ଯ୍ୟକାରୀ ବୈଠକରେ ବ୍ଲକ ସଭାପତି ଅମିତ୍ କୁମାର ତ୍ରିପାଠୀ, ବ୍ଲକ ସମ୍ପାଦକ ମନୋଜ କୁମାର ମହାକୁଡ, କାର୍ଯ୍ୟକାରୀ ସଭାପତି ପ୍ରଭାତ ପାଠୀ, କୋଷାଧ୍ଯକ୍ଷ ରାଘବ ଗହୀର, ଲକ୍ଷ୍ମୀପ୍ରିୟା ନାୟକ, ଲୋକନାଥ ହରିଜନ ଦିବାକର ବିଭାର, ଦନାର୍ଦ୍ଦନ ମିଶ୍ର, ମୀନକେତନ ତାଣ୍ଡି, ରାଧାମାଧବ ରଥ, ଦାମୋଦର ସା, ରଞ୍ଜିତ ରାୟ ପ୍ରମୂଖ ଅଂଶଗ୍ରହଣ କରିଥିଲେ। ଶେଷରେ ଦନାର୍ଦ୍ଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ୟୁରୋ ରିପୋର୍ଟ ଏକେଏନ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!