ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ; ଟି.ଏନ. ଟି ପାଲଟିଛି କମର୍ସ ହବ୍ ।

ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ; ଟି.ଏନ. ଟି ପାଲଟିଛି କମର୍ସ ହବ୍ ।
AKN NEWS-ଚଳିତ ନିର୍ବାଚନି ବର୍ଷକୁ ଆଖି ଆଗରେ ରଖି ପ୍ରକାଶ ପାଇସାରିଛି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଙ୍କ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ।ଏହି ପରିପ୍ରେକ୍ଷୀ ରେ ନିଜର କମର୍ସ କ୍ଷେତ୍ର ରେ ଥିବା ବିଗତ 24 ବର୍ଷ ର ସୁନେଲି ସଫଲତା କୁ ବଜାୟ ରଖିବା ରେ ସଫଲ ହୋଇଛି ଟି.ଏନ. ଟି ଶିକ୍ଷାନୁଷ୍ଠାନ।

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନୁଷ୍ଠାନରେ ଦେଖିବାକୁ ମିଳିଛି ସତ ପ୍ରତିଶତ ରେଜଲ୍ଟ।ଟି. ଏନ. ଟି ର ପ୍ରାୟ 22 ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତ ରୁ ଅଧିକ ମାର୍କ ରଖି
ପାସ୍ କରିଥିବା ବେଳେ ୨ ଜଣ ଶିକ୍ଷାର୍ଥି ସୃତି ସୁବୁଦ୍ଧି (୫୫୪),ରାଧାରାଣୀ ଆଚାର୍ଯ୍ୟ (୫୫୧) ମାର୍କ ରଖି ୯୦ ପ୍ରତିଶତ ରୁ ଉର୍ଦ୍ଧ ନମ୍ବର ସହ କୃତକାର୍ଯ୍ୟ ହୋଇଛନ୍ତି। ଏଠାରେ ଉଲ୍ଲେଖ ଥାଉ ଯେ ମୋନାଲିଶା ବେହେରା ଓ ରାଧାରାଣୀ ଆଚାର୍ଯ୍ୟ ଅପସୋନାଲ୍ ରେ ବନ୍ଦନା ସାହୁ ବି .ଏମ .ଏସ୍ ରେ ଓ ସ୍ରୁତି ସୁବୁଦ୍ଧି ବି.ଏସ.ଏମ ରେ ଶହେ ରୁ ଶହେ ନମ୍ବର ରଖିବାରେ ସକ୍ଷମ ହୋଇପାରିଛନ୍ତି ଏହି ସଫଳତା ର ଶ୍ରେୟ ନିଜର କଠିନ ପରିଶ୍ରମ, ଦୃଢ ଇଛା ଶକ୍ତି ଏବଂ ଶିକ୍ଷକ ମାନଙ୍କର ପ୍ରାଣମୂର୍ଚ୍ଚା ଉଦ୍ୟମ ତଥା ଅଭିଭାବକ ରୁପି ଭଗବାନଙ୍କ ଆଶୀର୍ବାଦ ଯୋଗୁଁ ସମ୍ଭବ ହୋଇଛି ବୋଲି ଶିକ୍ଷାର୍ଥୀ ମାନେ ମତ ପୋଷଣ କରିଥିବା କହିଛନ୍ତି ଅନୁଷ୍ଠାନର ମୁଖ୍ୟ ଶ୍ରୀ ଅଜୟ କୁମାର ଦ୍ବିବେଦୀ l ଶିକ୍ଷକ ମାନଙ୍କ ଅଗାଢ଼ ବିଶ୍ୱାସ ତଥା ଭିନ୍ନ ମାଧ୍ୟମର ଶିକ୍ଷାଦାନ ଅନୁଷ୍ଠାନର ଏହି ଅଭୁତପୁର୍ବ ସଫଳତାର ପ୍ରମୁଖ କାରଣ ପାଲଟିଛି ବୋଲି ବିଭିନ୍ନ ମହଲରୁ ମତ ଆସି ଅଛି l ଏହି ସଫଲତା ର ମୁଖ୍ୟ ପୁରୋଧା ସାଜିଥିଲେ ଡ. ଶକ୍ତି ପ୍ରସାଦ ପାଢୀ, ସୌରଭ ସାବତ ,ଶିବାନନ୍ଦ ପଣ୍ଡା,ଆଶୁତୋଷ ଆଚାର୍ଯ୍ୟ ,ବିଷାଖା ମହାରଣା ,ସିମାଞ୍ଚଳ ପାଢୀ, ଶ୍ରୀତମ୍ ପାଢୀ, ସତ୍ୟନାରାୟଣ ସୁବୁଦ୍ଧି ଙ୍କ ଭଳି ସମସ୍ତ ଶିକ୍ଷକ।ଟି.ଏନ. ଟି ର ଏହି ସଫଳତା ପରେ ସମସ୍ତ ଓଡିଶା ର ଏକ କମର୍ସ ହବ ରୂପରେ ଏହା ପରିଣତ ହୋଇ ସାରିଛି ଏଥିରେ ସନ୍ଧେହ ର ଅବକାଶ ନାହିଁ।
ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ୍


