ଓଡିଶା ଖବର

ରଜାବସାରେ ଅଘରିଆ ସମାଜର ଟାଙ୍ଗରମୁଣ୍ଡା ଗୁଡ଼ି ସ୍ତରୀୟ ବାର୍ଷିକ ସମ୍ମିଳନୀ 

କୁଚିଣ୍ଡା :22/9(AKN NEWS): ବାମରା ବ୍ଲକ ରାଜବସା ଠାରେ ଅଖିଳ ଭାରତୀୟ ଅଘରିଆ ସମାଜ ଟାଙ୍ଗରମୁଣ୍ଡା ଗୁଡ଼ି ଶାଖାର ବିଦାୟୀ ସଭାପତି ଗଗନ ବିହାରୀ ଚୌଧୁରୀଙ୍କ ସଭାପତିତ୍ୱରେ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ରାଜ୍ୟ ସଂଗଠନ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ, ଉପଦେଷ୍ଟା ଗଙ୍ଗାଧର ନାୟକ ଓ ଯୁବ ସଭାପତି ପୀତବାସ ପଟେଲ ଅତିଥି ଓ ପର୍ଯ୍ୟବେକ୍ଷକ ଭାବରେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ଭିକାରୀ ପଟେଲ, ପୂର୍ବତନ ଗୁଡ଼ି ସଭାପତି ଅଭିରାମ ନାୟକ ଓ ଚନ୍ଦନ ସିଂ ନାୟକ ପ୍ରମୁଖ ମଂଚାସୀନ ଥିଲେ ।ଅତିଥି ଗଣ ତାଙ୍କ ଭାଷଣରେ ଜାତି ର ରୀତି, ନୀତି, କୁସଂସ୍କାର ଦୁରିକରଣ ଓ ଓ. ବି.ସି. ଆନ୍ଦୋଳନର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରି ଥିଲେ। ସମ୍ମିଳନୀରେ ଗୃହୀତ ପ୍ରସ୍ତାବ ଅନୁଯାୟୀ ଚାକିରୀ, ଶିକ୍ଷା ଓ ରାଜନୀତିରେ ତୁରନ୍ତ ଶତକଡା ସତେଶ ଭାଗ ସାଙ୍ଗରକ୍ଷଣ ଓ ଉଭୟ କେନ୍ଦ୍ର ଓ ରାଜ୍ୟରେ ଓ. ବି. ସି. ଙ୍କ ପାଇଁ ସ୍ୱତନ୍ତ୍ର ମନ୍ତ୍ରା ଲୟ ଖୋଲିବାକୁ ଦାବୀ କରାଯାଇଛି।

ଏହା ପରେ ପର୍ଯ୍ୟବେକ୍ଷକ ସୁବାସ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସହମତି ଭିତ୍ତିରେ ନୂତନ ଗୁଡ଼ି କମିଟି ଗଠନ କରା ଯାଇଥିଲା ।ଏଥିରେ କିରଣ କୁମାର ନାୟକ, ସଭାପତି, ଆଲୋକ କୁମାର ଚୌଧୁରୀ ଉପ ସଭାପତି,ସୁକାନ୍ତ କୁମାର ନାୟକ ସମ୍ପାଦକ, ଲିଙ୍ଗରାଜ ପଟେଲ ସହ ସମ୍ପାଦକ, ପ୍ରଦୀପ କୁମାର ପଟେଲ କୋଷାଧ୍ୟକ୍ଷ, ହରି ଶଙ୍କର ପଟେଲ ଯୁବ ସଭ୍ୟ, ନଳିନୀ ନାଏକ ମହିଳା ସଭ୍ୟା ନିର୍ବାଚିତ ହୋଇଥିଲେ। ଏତତ ବ୍ୟତୀତ ଆଉ ଆଠ ଜଣ ଯଥା ପ୍ରଦୀପ ପଟେଲ, ରାଜକିଶୋର ଚୌଧୁରୀ, ଓଁକାର ନାୟକ, ସୁମିତ୍ରା ପଟେଲ, ଅମୁଲ୍ୟ ପଟେଲ,ସଂଜୀବ ପଟେଲ, ଚନ୍ଦ୍ର ଭାନୁ ନାୟକ, ରମାକାନ୍ତ ପଟେଲ ପ୍ରମୁଖ କାର୍ଯ୍ୟକାରୀ କମିଟି କୁ ନିର୍ବାଚିତ ହୋଇଥିବା ବେଳେ ଉପଦେଷ୍ଟା ଭାବରେ ଦୁଇ ପୂର୍ବତନ ସଭାପତି ଗଗନ ଚୌଧୁରୀ ଓ ଅଭି ନାଏକ ମନୋନୀତ ହୋଇଥିଲେ । ଶେଷରେ ନବ ନିର୍ବାଚିତ କର୍ମକର୍ତ୍ତା ଗଣ ନିଜ ଦାୟିତ୍ୱ ଗ୍ରହଣ ସହ ନିଷ୍ଠା ପର ଭାବରେ କାର୍ଯ୍ୟ କରିବା ସକାଶେ ସଂଗଠନ ସମ୍ପାଦକ ଶ୍ରୀ ନାୟକ ଶପଥ ପାଠ କରାଇଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!