ଓଡିଶା ଖବର
ରାଜ୍ୟ ସଭା ସାଂସଦ ଙ୍କ ନିଜସ୍ଵ ପାଣ୍ଠିରୁ ଦିବ୍ୟାଙ୍ଗ ଙ୍କୁ ୪ ଚକିଆ ସ୍କୁଟି ପ୍ରଦାନ।

(ପାଟଣାଗଡ଼)ବଲାଙ୍ଗୀର ଜିଲ୍ଲା(AKN NEWS):ସଇଁତଳା ବ୍ଳକ କରମତଳା ପଞ୍ଚାୟତ ଦାବଜୋର ଗାଁ ର ଶାରୀରିକ ଭିନ୍ନକ୍ଷମ ତଥା ଦିବ୍ୟାଙ୍ଗଜନ ସୁରେନ୍ଦ୍ର ମିର୍ଦ୍ଧା ଙ୍କୁ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ନିଜସ୍ବ ପାଣ୍ଠି ରୁ ଏକ ୪ ଚକିଆ ସ୍କୁଟି ପ୍ରଦାନ କରିଛନ୍ତି। ଯାହାଫଳରେ ସୁରେନ୍ଦ୍ର ସହଜରେ ଯିବା ଆସିବା କରିବା ସହ ସାଂସଦ ଶ୍ରୀ ବିଶି ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ବଲାଙ୍ଗୀର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସ୍କୁଟି ପ୍ରଦାନ ଉତ୍ସବରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ସଦୟ ଉପସ୍ଥିତ ରହି ସ୍କୁଟି ପ୍ରଦାନ କରିଥିବା ବେଳେ ଜିଲ୍ଲାପାଳ ଗୌରବ ଶିବାଜୀ ଇସିଲୱ।ର , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନ ହୋତା, ଜିଲ୍ଲା ଯୋଜନା ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


