ଓଡିଶା ଖବର
ହାତୀ ନଦୀରେ ବୁଡି ଯୁବକ ଙ୍କ ମୃତ

କଳାହାଣ୍ଡି ଜିଲ୍ଲା(AKN NEWS):କଲମପୁର ଥାନା କଲମପୁର ଗ୍ରାମ ର ସନ୍ତୋଷ ନାୟକ ଙ୍କ ପୁତ୍ର ଜିତେନ୍ ନାୟକ ଆଜି ସକାଳେ କଲମପୁର ହାତୀ ନଦୀ କର୍ମେଲି ଘାଟ କୁ ନିଜ ବଡ ଭାଇ ଙ୍କ ଦୁଇ ପୁତ୍ର ଙ୍କୁ ନେଇ ଗାଧେଇ ବାକୁ ଯାଇ ଥିଲେ। ଗାଧେଇ ବା ସମୟରେ ନିଜ ବଡ ଭାଇ ଙ୍କ ଦୁଇ ପୂତ୍ର ଭାସି ଯାଉଥିବା ଦେଖି ତାଙ୍କୁ ବଞ୍ଚାଇ ବାକୁ ଯାଇ ନିଜେ ଭାସି ଯାଇ ଥିଲେ।ଗମ୍ଭୀର ପାଣି ରେ ବୁଡି ତାଙ୍କ ମୃତ ହୋଇଥିଲା। ଅଧl ଘଣ୍ଟା ପରେ କଳମପୁର ଦମକଳ ବାହିନୀ ପହଞ୍ଚି ମୃତ ଦେହ ଉଦ୍ଧାର କରି କଲମପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ।କଲମପୁର ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ।
କଳାହାଣ୍ଡି ଜିଲ୍ଲା ରୁ ଟଙ୍କଧର ବିହାରୀ ଙ୍କ ରିପୋର୍ଟ AKN NEWS


