ଓଡିଶା ଖବର

ସୁଦର୍ଶନ ସ୍ଵାଗତ ସ୍ମୁତି ଟ୍ରଷ୍ଟ ପକ୍ଷରୁ ପ୍ରତିଭା ସମ୍ବର୍ଦ୍ଧନା

ଜମନକିରା:(AKN NEWS): କୁଚିଣ୍ଡା ବ୍ଲକ ହାଡ଼ିପାଲି ଗ୍ରାମରେ ସ୍ଵର୍ଗତ ସୁଦର୍ଶନ ଓ ସ୍ଵାଗତ ନାୟକଙ୍କ ସ୍ମୁତି ଉଦ୍ଦେଶ୍ୟରେ ଗଠିତ ସୁଦର୍ଶନ ସ୍ଵାଗତ ସ୍ମୁତି ସମିତି ଟ୍ରଷ୍ଟ ପକ୍ଷରୁ ଜମନକିରା ବ୍ଲକ ଅନ୍ତର୍ଗତ ଭାତପୁରା ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସଭାଗୃହ ଠାରେ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପ୍ରଧାନ ଶିକ୍ଷକ ରତନ ଲାଲ ସିଂ ,ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ,ଟ୍ରଷ୍ଟର ସଭାପତି ସବିତା ପଟେଲ, ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ କୃତି ଛାତ୍ର,ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ ।ବିଗତ ନବମ ଶ୍ରେଣୀରେ ପ୍ରଥମ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା ସୁଶ୍ରୀ ଦୀପିକା ସିଂହ, ଲିଲୀମା ରଣା ଓ ରଜତ ମହାପାତ୍ର ଙ୍କୁ ଅତିଥି ଗଣ ମାନପତ୍ର , ପୁସ୍ତକ ,ପେନ୍, ଫୁଲ ତୋଡା ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ସମ୍ମାନ ଗ୍ରହଣ କରି ପୁରସ୍କୃତ ଛାତ୍ର ,ଛାତ୍ରୀ ଆଗାମୀ ଦିନରେ ଆହୁରି ଭଲ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଟ୍ରଷ୍ଟ ର ସମ୍ପାଦକ ସୁବାସ ନାୟକ ଟ୍ରଷ୍ଟ ପକ୍ଷରୁ ମେଧାବୀ ଓ ଅଭାବୀ ଛାତ୍ର,ଛାତ୍ରୀ ଙ୍କୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ଘୋଷଣା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସହରୀ ଶିକ୍ଷକ ସୁବ୍ରତ କୁମାର ପଣ୍ଡା, ମଧୁମିତା ବହିଦାର, କୈଳାସ ଚନ୍ଦ୍ର ଗୌଡ଼, ସୁମନ୍ତ କୁମାର ମହକୁକ୍ ଓ ପ୍ରଦୀପ୍ତ କୁମାର ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଟ୍ରଷ୍ଟ ର କାର୍ଯ୍ୟାବଳୀ କୁ ଉଚ୍ଚ ପ୍ରଶଂସା କରିବା ସହ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ ।ଶେଷରେ ଛାତ୍ରୀ ଦୀପିକା ସିଂ ଧନ୍ୟବାଦ୍ ଅର୍ପଣ କରିଥିଲେ । ଛାତ୍ରୀ ଗଣ ପ୍ରାରମ୍ଭିକ , ଉଦଯାପନୀ ସହ ସ୍ବର୍ଗତ ଉଭୟ ଆତ୍ମାର ସଦଗତି ପାଇଁ ମଧ୍ୟ ସଙ୍ଗୀତ ପରିବେଷଣ କରିଥିଲେ ।

 ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!