ଓଡିଶା ଖବର

ରେଳ ଧାରଣା ରୁ ମୃତ ଦେହ ଉଦ୍ଧାର 

ଭୁବନେଶ୍ୱର (AKN NEWS): ରେଳ ଧାରଣା ରୁ ଜଣେ ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର କରିଥିବାବେଳେ ଆଉ ଜଣେ ବ୍ୟକ୍ତି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ଉଦ୍ଧାର କରିଥିବା ଖବର ଆମ ହସ୍ତଗ ହୋଇଛି l ମିଳିଥିବା ଖବର ଅନୁଯାଇ ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଷ୍ଟେସନ ନିକଟସ୍ଥ କାଳୀଯାଇ ଓ ଖୋଲିକୋଟଷ୍ଟେସନ ମଧ୍ୟ ରେ ରେଳ ଧାରଣାରୁ ଜଣେ ବ୍ୟକ୍ତିଙ୍କ ଖଣ୍ଡବିଖଣ୍ଡିତ ମୃତ ଦେହ ଉଦ୍ଧାର କରିଛି ମୃତବ୍ୟକ୍ତି ପରିଚୟ ମିଳିନାହିଁ l ସେହିପରି ବାଲୁଗାଁ ଷ୍ଟେସନ ନିକଟ ଦକ୍ଷିଣ ଗେଟ ନିକଟରୁ ଜଣେ ବ୍ୟକ୍ତି ରକ୍ତାତ ଅବସ୍ଥା ରେ ପଡିଥିବା ବେଳେ ଖବର ପାଇ ବାଲୁଗାଁ ରେଳ ସୁରକ୍ଷା ବଳ ତାଙ୍କୁ ଉଦ୍ଧାର କରିବାଲୁଗାଁ ମେଡିକାଲ ରେ ଭର୍ତ୍ତୀକରିଥିବାବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି l ଏହି ବ୍ୟକ୍ତିଙ୍କ ଆଧାର ପରିଚୟ ପତ୍ରରୁ ପରିଚୟ ମିଳିଛି ପ୍ରଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି l ଉଭୟ ଶବକୁ ରେଳ ସୁରକ୍ଷା ବଳ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି

ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!