ଓଡିଶା ଖବର

ଶ୍ରେଷ୍ଠ କେମ୍ପୋରୀ ପୁରସ୍କାରରେ କଳାହାଣ୍ଡି ଜିଲ୍ଲାର ହେଟ୍ରିକ୍

ଶ୍ରେଷ୍ଠ କେମ୍ପୋରୀ ପୁରସ୍କାରରେ କଳାହାଣ୍ଡି ଜିଲ୍ଲାର ହେଟ୍ରିକ୍

ଭବାନୀପାଟଣା,(AKN NEWS) ୧୫।୫: ସ୍କାଉଟ୍ ଓ ଗାଇଡର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ କ୍ରମାଗତ ତୃତୀୟ ବର୍ଷ ପାଇଁ କଳାହାଣ୍ଡି ଜିଲ୍ଲା ଶ୍ରେଷ୍ଠ କେମ୍ପୋରୀ ପୁରସ୍କାର ହାସଲ କରିଛି। ଭୁବନେଶ୍ୱର ସ୍ଥିତ ରାଜଭବନ ଅଭିଷେକ ହଲ୍ ଠାରେ ଏନେଇ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ମହାମହିମ ରାଜ୍ୟପାଳ ରଘୁବର ଦାସ ପୁରସ୍କାର ପ୍ରଦାନ କରିଛନ୍ତି। କଳାହାଣ୍ଡି ଭାରତ ସ୍କାଉଟ୍ ଓ ଗାଇଡ୍ ମୁଖ୍ୟ କମିଶନର୍ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଏବଂ ଜିଲ୍ଲା ସମ୍ପାଦକ ତଥା ଶାରୀରିକ ଶିକ୍ଷା ନିରୀକ୍ଷକ ସଞ୍ଜୟ କୁମାର ମିଶ୍ର ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡି ସ୍କାଉଟ୍ ଓ ଗାଇଡ୍ ମୁଖ୍ୟ କମିଶନର ଶ୍ରୀ ଚୋପଦାରଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀଙ୍କ ଚାରିତ୍ରିକ ବିକାଶ, ବ୍ୟକ୍ତିତ୍ୱ ନିର୍ମାଣ ତଥା ସେବା ମନୋଭାବ ଜାଗ୍ରତ ପାଇଁ ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ଜିଲ୍ଲାରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିଛି। ଏହା ଭାରତ ସ୍କାଉଟ୍ ଓ ଗାଇଡ୍ କ୍ଷେତ୍ରରେ ଜାଗରଣ ଆଣିବା ସହ ରାଜ୍ୟସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି। ଶ୍ରୀ ଚୋପଦାର ମଧ୍ୟ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି। ପୂର୍ବରୁ ଶ୍ରେଷ୍ଠ କେମ୍ପୋରୀ ଜିଲ୍ଲା ଭାବେ କଳାହାଣ୍ଡି କ୍ରମାଗତ ସମ୍ବର୍ଦ୍ଧିତ ହୋଇଥିବା ବେଳେ ଏବର ସଫଳତାକୁ ନେଇ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!