ଓଡିଶା ଖବର

ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରକ୍ତଦାନ ଶିବିର 

(AKN NEWS): ୫୦ଥର ପାଇଁ ରକ୍ତଦାନ କରି ଆନନ୍ଦିତ: ଅଧ୍ୟାପକ ମୋହନ ଚରଣ ବିଷି ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବେହେରାରେ ନୂଆ- ଓ (ଯୁବ ଓଡ଼ିଶା – ନବୀନ ଓଡ଼ିଶା) କାର୍ଯ୍ୟକ୍ରମର ସାମାଜିକ କାର୍ଯ୍ୟକଳାପ ବିଭାଗ ଅନ୍ତର୍ଗତ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି। ରକ୍ତଦାନ ସାମାଜିକ ସଂକଳ୍ପ ହେଉ,ରକ୍ତଦାନର ସଂପର୍କ ଅନ୍ତଃକରଣ ପବିତ୍ର କରେ,ଆମ ଶରୀରରେ ପ୍ରବାହିତ ରକ୍ତ ସମାଜର ବିଭିନ୍ନ ବର୍ଗଙ୍କର ତ୍ୟାଗର ଫଳ ଅଟେ କାରଣ ଆମେ ସମସ୍ତେ ସ୍ୱୟଂ ସଂପୂର୍ଣ୍ଣ ନୁହେଁ। ଦୈନନ୍ଦିନ ଜୀବନରେ ଅନେକଙ୍କ ସହଯୋଗର ଆମ ଜୀବନର ଗତି। ଏଣୁ ରକ୍ତଦାନ କରି ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଦ୍ବାରା ମନରେ ଅଫୁରନ୍ତ ଆନନ୍ଦ ଓ ଅବ୍ୟକ୍ତ ଖୁସି ମିଲିଥାଏ ବୋଲି ପଚାଶ ଥର ପାଇଁ ରକ୍ତଦାନ କରିଥିବା ରକ୍ତଦାତା ଯୁବରେଡକ୍ରସ ପରାମର୍ଶଦାତା, କାଳୀକୃଷ୍ଣ ସଂଘର ସଂପାଦକ,ସୁ ଲେଖକ,ସ୍ତମ୍ଭକାର ତଥା ଲଖିରାମ ଅଗ୍ରୱାଲ କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ମୋହନ ଚରଣ ବିଷି କହିଛନ୍ତି। ରକ୍ତଦାନ କରିବା ପାଇଁ ନିଜ ପିତାମାତା, କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସ୍ବାମୀ ସତ୍ୟାନନ୍ଦ ସରସ୍ୱତୀଙ୍କ ପରୋପକାର ଶିକ୍ଷା ତଥା ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀଙ୍କ ପ୍ରେରଣା ଏବଂ ସାମାଜିକ ଦାୟିତ୍ୱ ବୋଧ ପାଇଁ ୫୦ଥର ରକ୍ତଦାନ କରିଛି ବୋଲି କହିଛନ୍ତି। କଲେଜର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ରକ୍ତଦାନ ଶିବିରକୁ ପଞ୍ଚାୟତ  କଲେଜ ଧର୍ମଗଡ ମହାବିଦ୍ୟାଳୟର ଅଧ୍ୟକ୍ଷ ଜଗନ୍ନାଥ ରାଓ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ପଞ୍ଚାୟତ କଲେଜ ଧର୍ମଗଡର ଅଧ୍ୟାପକ ଲିଂଗରାଜ ପାତ୍ର, ମାନସ ପଣ୍ଡା, ବେହେରା ଷ୍ଟେଟବ୍ୟାଙ୍କ ମ୍ୟାନେଜର ଜଗତରାମ ମାଝୀ, କାର୍ଯ୍ୟକ୍ରମର ନୋଡାଲ ଅଫିସର ରଞ୍ଜନ କୁମାର ପଣ୍ଡା, ଦଣ୍ଡପାଟ ଯୁବ ସେବା ସଂଗଠନର ସଭାପତି ରଜତ ବଂଶଲ, ଉପସଭାପତି ତ୍ରିଲୋକନାଥ ସିଂ, ଦଣ୍ଡପାଟ ଧନୁଯାତ୍ରା କମିଟି ସଭାପତି ବାଳକୃଷ୍ଣ ବିଷି,ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବେହେରା ଡାକ୍ତର ଶୁଭଲକ୍ଷୀ ରାଉତ, ଷ୍ଟାପ ନର୍ସ ନମ୍ରତା ପ୍ରଧାନୀ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ଯୁବରେଡକ୍ରସ ତଥା ରେଡରିବନ କ୍ଲବ ପରାମର୍ଶଦାତା ମୋହନ ଚରଣ ବିଷି ରକ୍ତଦାନ ଶିବିର ପରିଚାଳନା କରିଥିବାବେଳେ ଅଧ୍ୟାପକ ଅକ୍ଷୟ କୁମାର ପଟ୍ଟନାୟକ, ନିକୁଞ୍ଜ ବିହାରୀ ସାହୁ,ସୁରେନ୍ଦ୍ର କୁମାର ସାହୁ,ଫକୀର ଚଣ୍ଡି,ଅଶୋକ ଚଣ୍ଡି,ସାନୁର୍ଯ୍ୟ ଗୋପାଳ, ଭୁଜବଳ ନାଏକ,ଶୁଶିଳ ଚନ୍ଦ୍ର ଗୋପାଳ,ଭିକାରୀ ଚରଣ ଗୋପାଳ,ଯୁବରେଡକ୍ରସ ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀ ପରିଚାଳନା ରେ ସହଯୋଗ କରିଥିଲେ।

  • ଉକ୍ତ ରକ୍ତଦାନ ଶିବିରରେ ମୋହନ ଚରଣ ବିଷି,ମୁକେଶ ଗୋପାଳ,ଅନୁରାଧା ସେଠିଆ,ହିତେଶ ସିଂ,ରଜନୀକାନ୍ତ ନାଏକ,କ୍ଷୀରୋଦ ନାଏକ,ସାନୁର୍ଯ୍ୟ ଗୋପାଳ,ତ୍ରିଲୋକ ନାଥ ସିଂ,ନିକୁଞ୍ଜ ବିହାରୀ ସାହୁ,ଟିକଚନ ମେହେର,ଋତୁରାଜ ନାଏକ,ଘନଶ୍ୟାମ ମଶରା,ଆଶୋକ କୁମାର ଚଣ୍ଡି,ରଶ୍ଚିରଂଜନ ଅଗ୍ରୱାଲ, ଭିକାରୀ ଚରଣ ଗୋପାଳ, ବୈବସୁତ ବିନବରଗୀଆ, ଗଗନ ବିହାରୀ ନାଏକ, ମହେଶ୍ୱର ଗୋପାଳ,ଦୁଲ୍ଲଭୀ ହଂସ ପ୍ରମୁଖ ରକ୍ତଦାନ କରିଥିଲେ। ଧର୍ମଗଡ ରକ୍ତକେନ୍ଦ୍ରର ଲାବରୋଟୋରୀ  ଟେକନିସିଆନ ଉମାଶଙ୍କର ମାଳି,ନିଗମ ଗୋପାଳ,କୃତିବାସ ଦଣ୍ଡସେନା,ପରମେଶ୍ବର ସୁନାନୀ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!