ଓଡିଶା ଖବର
ବାର୍ଷିକ କ୍ରୀଡା

(AKN NEWS): ନୂଆପଡ଼ା ବ୍ଲକ୍ ସରକାରୀ ଉଚ୍ଚ ବିଦ୍ୟାଳୟ ମଶାନକୁଣ୍ଡା ରେ ବାର୍ଷିକ କ୍ରୀଡା ଉତ୍ସବ ବହୁତ୍ ଧୁମଧାରେ ରେ ପାଳନ କରା ଯାଇଛି। ବିଦ୍ୟାଳୟ କମିଟି ସଦସ୍ୟ ରତିକାନ୍ତ ପ୍ରଧାନ, ନବୀନ ମଝି ପ୍ରଧାନ ଶିକ୍ଷକ ବିକାଶ ପଟେଲ , ପ୍ରଦୀପ ବାରିକ୍ ଦୀପ ପ୍ରଜ୍ୱଳନ କରି କ୍ରୀଡା ଉତ୍ସଵ ର ଶୁଭାରମ୍ଭ କରିଥିଲେ।
କ୍ରୀଡା ପରିଚାଳନା ଦାୟିତ୍ଵ ରେ ଲାଲେଶ୍ୱର ନାଏକ ,ପବିତ୍ର ସିଂ ଦେଓ, ଅଦ୍ୟାଶା ପ୍ରିୟଦର୍ଶିନୀ, ଦିବ୍ୟଜ୍ୟୋତି ରାଉତ। ସମସ୍ତ ଖେଳାଳି ମନଙ୍କୁ ପିଇବା ପାଣି ଆବଶ୍ୟକୀୟ ଖାଦ୍ୟପେୟ ର ଭାର ସମ୍ଭାଳିଥିଲେ ତୁଳସି ସାହୁ।
ପରିଶେଷରେ ରେ ମୁଖ୍ୟ ଅତିଥି ଭାବରେ ଭାନପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ବିଜୟ କୁମାର ପଣ୍ଡା ଙ୍କୁ ଛାତ୍ର ଛାତ୍ରୀ ମାନେ ସ୍ବାଗତ କରି ଥିଲେ। ଏବଂ କୃତି ଖେଳାଳିଙ୍କୁ ମେଡାଲ ପ୍ରଦାନ କରି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ପ୍ରଦୀପ ବାରିକ୍ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ଥିଲେ।
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news


