ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତା ସମିତିର ଜରୁରୀ ବୈଠକ

(AKN NEWS): ମଙ୍ଗଳବାର ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତା ସମିତି ତରଫରୁ କୋମନା ବ୍ଲକ ଅନ୍ତର୍ଗତ ପେନଡ୍ରାୱନ ପଞ୍ଚାୟତ ର ଝାଲକୁସୁମ୍ ଗ୍ରାମର ଲତାଝରନ ସ୍କୁଲ ପଡିଆରେ ବିସ୍ଥାପିତ ଜନତା ଙ୍କ ଏକ ସାଧାରଣ ବୈଠକ ସମିତି ସଭାପତି ନିତ୍ୟାନନ୍ଦ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ହୋଇଯାଇଛି। ଏହି ସଭାରେ ବିଜେପି ର ବରିଷ୍ଠ ନେତା ତଥା ସମିତିର ଉପଦେଷ୍ଟା ଯଦୁମଣି ପାଣିଗ୍ରାହୀ ମୂଖ୍ୟ ଅତିଥି, ପୂର୍ବ ସରପଞ୍ଚ ତଥା ଅନ୍ୟ ତମ ଉପଦେଷ୍ଟା ଅମରେଶ ପଟ୍ଟନାୟକ, ଉପଦେଷ୍ଟା କରୁଣା ହୋତା , ପୁର୍ବ ସରପଞ୍ଚ ଗୋପାଲ ମାଝୀ, ପୁର୍ବ ସରପଞ୍ଚ ଟିକ ରାମ ମାଝୀ , ସମିତି ସଭ୍ୟ ହରିଶ୍ଚନ୍ଦ୍ର ମାଝୀ ପ୍ରମୁଖ ସମ୍ମାନିତ ଅତିଥି ରୁପେ ସାମିଲ୍ ହୋଇଥିଲେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ସରକାରୀ ଧୋଖା ଓ ପ୍ରତାରଣା ର ଶିକାର ହୋଇଛନ୍ତି ଲୋୟର ଇନ୍ଦ୍ର ବିସ୍ଥାପିତ ଜନସାଧାରଣ। ଶସ୍ତା ମାଗଣାରେ ମୂଲ୍ୟବାନ ଜମି ଲୁଟି ନିଆଗଲା।କ୍ଷତିପୂରଣ ଟଙ୍କା କୋର୍ଟ କଚେରୀ ମାଧ୍ୟମରେ ସାଧାରଣ ନିରୀହ ଲୋକ ପାଇବା ପାଇଁ ଅନେକ ପ୍ରକାର ଶୋଷଣ ର ଶିକାର ହେଉଛନ୍ତି। ଥଇଥାନ ଟଙ୍କା ମଧ୍ୟ ଅନେକ ଲୋକ ପାଇବାରୁ ବଞ୍ଚିତ ଅଛନ୍ତି।ଥଇଥାନ ପଲିସି ର ବ୍ୟାଖ୍ୟା ଓ ଲାଗୁକରିବାରେ ବିଭିନ୍ନ ସମୟରେ ଅଧିକାରୀ ମାନେ ଭିନ୍ନ ଭିନ୍ନ ନିଷ୍ପତ୍ତି ସବୁ ନେଇଛନ୍ତି। ଆର ପି ଡି ଏ ସି ବୈଠକ କେବଲ ଔପଚାରିକତା ମଧ୍ୟରେ ସୀମିତ ଅଟେ। ବିସ୍ଥାପିମାନଙ୍କ ପାଇଁ ନିଆଯାଉଥିବା ନିଷ୍ପତ୍ତି ସବୁ ଠିକ୍ ଭାବେ ଲାଗୁ ହୋଇପାରୁ ନାହିଁ। ଅର୍ଥ ହେରଫେର ର ଅନେକ ଅଭିଯୋଗ ଓ ମୋକଦ୍ଦମା ଶୀତଳ ଭଣ୍ଡାର ଭିତରେ ପଡ଼ି ରହିଛି। ଶାସକ ଦଳ ର ମନ୍ତ୍ରୀ,କୁଜି ନେତା ,ଓ ପ୍ରଶାସନ ର ପ୍ରଛନ୍ନ ପୃଷଟପୋଷକତା ଓ ସହାୟତାରେ ଦଲାଲ ଓ ଅଣ ବିସ୍ଥାପତମାନଙ୍କ ଅଖଣ୍ଡ ରାଜୁତି ଚାଲିଛି,ଅଥଚ ପ୍ରକୃତ ବିସ୍ଥାପିତ ମାନେ ତାଙ୍କ ହକ ପ୍ରାପ୍ୟରୁ ବଞ୍ଚିତ ଅଛନ୍ତି। ବିସ୍ଥାପିତ ଜନତା ତରଫରୁ ଯେତେ ଆନ୍ଦୋଳନ ଓ ଅଭିଯୋଗ କଲେ ମଧ୍ୟ ଶୁଣିବାକୁ କେହି ନାହାନ୍ତି।ଆଂଶିକ କ୍ଷତିଗ୍ରସ୍ତ ବିସ୍ଥାପିତ ଲୋକଙ୍କ ଦୁଃଖ ଦୂରଦଶା ନ କହିଲେ ଭଲ । ଆଂଶିକ କ୍ଷତଗ୍ରସ୍ତଙ୍କୁ ସରକାର ଏକ କଟ ଅଫ୍ ତାରିଖ ଓ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତଙ୍କୁ ଅନ୍ୟ କଟ ଅଫ୍ ତାରିଖ ରଖିଥିବାରୁ ଅଶାନ୍ତି ଓ ଅସନ୍ତୋଷ ର ବିସ୍ଫୋରକ ପରିସ୍ଥିତି ସାଜିଛି। ସମସ୍ତ ବିସ୍ଥାପିତ ଜନତା ଏକତା ବଜାୟ ରଖି ସଂଗଠିତ ହୋଇ ନିଜ ହକ ର ଲଦେଇ ଜୋରଦାର ଲଢ଼ିବା ପାଇଁ ବିସ୍ଥାପିତ ଙ୍କୁ ମୂଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ଆହ୍ବାନ ଦେଇଥିଲେ। ଆଗାମୀ ଦିନରେ ମଜବୁତ୍ ସଂଗଠନ ଓ ଜୋରଦାର ଆନ୍ଦୋଳନ ମାଧ୍ୟମ ରେ ସରକାର ଙ୍କୁ ବାଧ୍ୟ କରାଯିବ ବିସ୍ଥାପିତଙ୍କ ହକ ଆଦାୟ କରିବା ପାଇଁ ବୋଲି ସମିତର ସଭାପତି ଶ୍ରୀ ପ୍ରଧାନ ଓ ସମ୍ପାଦକ ଶ୍ରୀ ଗୋପୀନଥ ରାଉତ ପ୍ରକାଶ କରିଛନ୍ତି। ଏହି ବୈଠକରେ ପ୍ରାୟ ସାଢେ଼ ତିନି ଶହ ରୁ ଉର୍ଦ୍ଧ୍ବ ବିସ୍ଥାପିତଗ୍ରାମବାସୀ ମାନଂକ ସହିତ ଉମେଶ ପଟେଲ, ହୃଷୀକେଶ ବେହେରା, ଟିକ ମାଝୀ, ଜୟରାମ ମାଝୀ, ଭାବସିନ୍ଧୁ ମାଝୀ, ବିଶେଖ ଜଗତ, ଧ୍ରୁବ ଦଲ, ଜୟରାମ ମାଝୀ, ତୁଳସୀ ମାଝୀ, ଦୁର୍ଯୋଧନ ମାଝୀ, ଧନୁ ହଂସ, ଟେକ୍ ଧର ମାଝୀ, କରୁଣାକର ପରଭୋଇ, ଯୋଗେନ୍ଦ୍ର ବାଗ, କର୍ଣ୍ଣ ପୁଞ୍ଜି, ରଙ୍ଗା ବାରିକ,ଗଣେଶ ମାଝୀ, ଅଗସ୍ତି ପ୍ରଧାନ, ରାଧେଶ୍ୟାମ ବେହେରା, ବ୍ରଜରାଜ ଦଲ, ଧନୁ ହଂସ, ଈଶ୍ୱର ପାଣ୍ଡେ, ଚିତ୍ର କଠାର ପ୍ରମୁଖ ସାମିଲ୍ ହୋଇଥିଲେ ।
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news


