ଓଡିଶା ଖବର

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଉପଲକ୍ଷେ କୌତୁହଳ ପୋଷାକ ପ୍ରତିଯୋଗିତା

(AKN NEWS): ଭବାନୀପାଟଣା ସ୍ଥିତ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି | ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମଦିନ କୁ ଜନ୍ମାଷ୍ଟମୀ ରୂପେ ପାଳିତ ହୋଇଥାଏ | ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ରେ ପାଳିତ ଜନ୍ମାଷ୍ଟମୀ ଆଧ୍ୟାତ୍ମିକ ଚେତନା ସୃଷ୍ଟି ସହ ଭାରତୀୟ ସଂସ୍କୃତି ଓ ପରମ୍ପରା ର ଜ୍ୱଳନ୍ତ ଉଦାହରଣ | ଏହି ପର୍ବ ଆମକୁ ଭଗବାନ ଶ୍ରୀକୃଷ୍ଣ ଦେଖେଇଥିବା ପଥରେ ଚାଲିବା ଏବଂ ତାଙ୍କର ଆଦର୍ଶ କୁ ପାଳନ କରିବା ସହିତ ମାନବ ଜାତିର ବିକାଶ ଲାଗି ଆମକୁ ଯୋଗଦାନ ଦେବାକୁ ସନ୍ଦେଶ ଦେଇଥାଏ ବୋଲି ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ | onଶତାଧିକ ଛାତ୍ରଛାତ୍ରୀ କୃଷ୍ଣ ରାଧା କୌତୁହଳ ପୋଷାକ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ | ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ |

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!