ଓଡିଶା ଖବର

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରଵେଶ ଉତ୍ସବ 

(AKN NEWS):ଗୋଲାମୁଣ୍ଡା ସ୍ଥାନୀୟ ସର୍ବମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ଯାଳୟର ୨୦୨୫-୨୬ ଶିକ୍ଷାବର୍ଷରେ +୨ କଳା , ବିଜ୍ଞାନ ଓ ବାଣିଜ୍ଯ ବିଭାଗର ପ୍ରଥମ ବାର୍ଷିକ ଛାତ୍ରୀ-ଛାତ୍ରଙ୍କ ସକାଶେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଚି। ଅଧ୍ଯକ୍ଷ ସରୋଜକାନ୍ତ ରଥଙ୍କ ପୌରୋହିତ୍ଯରେ ଆୟୋଜିତ ଉକ୍ତ ଉତ୍ସବରେ ନବାଗତ ବିଦ୍ୟାର୍ଥୀଙ୍କୁ ଭବ୍ଯ ସ୍ବାଗତ କରାଯାଇଥିଲା। ଅନୁଷ୍ଠିତ କାର୍ଯ୍ଯକ୍ରମରେ ମଞ୍ଚାସୀନ ଅଧ୍ଯାପିକା- ଅଧ୍ୟାପକମାନଙ୍କ ମଧ୍ଯରେ ବିଜୟ କୁମାର ସାହୁ , ପ୍ରତାପ ଚନ୍ଦ୍ର ନାୟକ, ପ୍ରବୀର କୁମାର ରାୟ , ଶାନ୍ତନୁ କୁମାର ପରିଡ଼ା , କବିପ୍ରସାଦ ପଟ୍ଟନାୟକ , ପ୍ରଦୀପ କୁମାର ମିଶ୍ର , ସନ୍ଦିପ କୁମାର କାନୁନଗୋ, ଯଯାତି କେଶରୀ ରାଉତ , ତ୍ରିନାଥ ପଟ୍ଟନାୟକ, ଶୋଭାଗିନୀ ନାୟକ , ପ୍ରିୟମ୍ବଦା ରଥ , ଲିଙ୍ଗେଶ୍ବର ମେହେର, କ୍ଷୀରସିନ୍ଧୁ ବାରିକ , ପ୍ରସନ୍ନ କୁମାର ପ୍ରଧାନ, ଦିଲ୍ଲିପ କୁମାର ସ୍ବାଇଁ , ପ୍ରମୋଦ ମହାନ୍ତି , ବୈକୁଣ୍ଠ ପଟେଲଙ୍କ ସମେତ ସମସ୍ତ ଅଣ-ଶିକ୍ଷକ କର୍ମଚାରୀଙ୍କ ଉପସ୍ଥିତିରେ ଶତାଧିକ ଛାତ୍ର-ଛାତ୍ରୀ ଉତ୍ସାହିତ ହୋଇ ପ୍ରବେଶ ଉତ୍ସବର ଉପଯୋଗିତାକୁ ଉପଭୋଗ କରିଥିଲେ। ବିଦ୍ଯାଳୟ ରୂପକ ମନ୍ଦିରରେ ଶିକ୍ଷାନବିଶଙ୍କୁ କୁନିଦେବତା – ଦେବୀ ଆସନରେ ବସାଇ , ଶିକ୍ଷକ- ଶିକ୍ଷୟିତ୍ରୀମାନେ ପୂଜକ ସାଜି ବିଦ୍ଯା ରୂପକ ନୈବେଦ୍ୟ ପ୍ରଦାନରେ ନିରନ୍ତର ଉପାସିତ ବିଦ୍ୟାର୍ଥିମାନଙ୍କୁ ଆପତ୍ତିଜନକ ଇଙ୍ଗିତ କିମ୍ବା ଉଚ୍ଚାରଣରୁ ମୁକ୍ତ ରହି ସମସ୍ତ ଶିକ୍ଷକ , ଅଣଶିକ୍ଷକ କର୍ମଚାରୀ ସମେତ ଛାତ୍ରୀ- ଛାତ୍ର ନିବୃତ୍ତ ରହି ଉଚ୍ଚ ମାଧ୍ୟମିକ ବିଦ୍ଯାଳୟର ମାନ- ଅଭିମାନ- ସ୍ୱାଭିମାନକୁ ସର୍ବଦା କାୟ- ମନ ଓ ବାକ୍ଯରେ ଧାରଣକରି ଅନୁଷ୍ଠାନର ଅତୀତ ଗୌରବ ବର୍ତ୍ତମାନର ଜୟ ଗାନରେ ମୁଖରିତ କରି ଭବିଷ୍ୟତ ପାଇଁ ସଂକେତ ଛାଡ଼ି ଯିବାର ଧର୍ମ ପାଳନ ନିମିତ୍ତ ଅଧ୍ଯକ୍ଷଙ୍କ ସମେତ ସଭା ମଣ୍ଡିତ ସଭ୍ଯମାନେ ଛାତ୍ର- ଛାତ୍ରୀମାନଙ୍କୁ ଉପଦେଶ ଛଳରେ ପରାମର୍ଶ ଦେଇଥିଲେ।

dhramgarh upa khanda ru shyam sundar agrawal AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!