ଓଡିଶା ଖବର

କଲେଜ ଛକ ଠାରେ ଯାତ୍ରୀ ବିଶ୍ରାମ ଗୃହ ଓ ଶୌଚାଳୟ ନିର୍ମାଣ ଦାବୀ

ଭବାନୀପାଟଣା,(AKN NEWS):ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ପାଖ କଲେଜ ଛକ ଠାରେ ଦୁଇଟି ଯାତ୍ରୀ ବିଶ୍ରାମ ଗୃହ ନିର୍ମାଣ ସହ ଏକ ଶୌଚାଳୟ ନିର୍ମାଣ କରିବା ପାଇଁ ବିଶ୍ବବିଦ୍ୟାଳୟର ଛାତ୍ର ନେତା ମାନେ ଭବାନୀପାଟଣା ନଗରପାଳ ବିଷ୍ଣୁ ପ୍ରଧାନଙ୍କୁ ତାଙ୍କ କାର୍ଯ୍ୟାଳୟ ଠାରେ ସାକ୍ଷାତ କରି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ଛାତ୍ର ନେତା ଚୈତନ୍ୟ ବାଗଙ୍କ ନେତୃତ୍ବରେ ଏକ ଛାତ୍ର ପ୍ରତିନିଧି ଦଳ ପୌରାଧ୍ୟକ୍ଷଙ୍କୁ ସାକ୍ଷାତ କରି ବସ ଷ୍ଟପ ବା ଯାତ୍ରୀ ଗୃହ ନଥିବା ଯୋଗୁଁ ଛାତ୍ର ଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଥିଲେ। ବର୍ତମାନ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟରେ ପ୍ରାୟ ୪ହଜାର ଛାତ୍ର ଛାତ୍ରୀ ପାଠ ପଢ଼ୁଛନ୍ତି। ପ୍ରତିଦିନ ଶତାଧିକ ଛାତ୍ର ଛାତ୍ରୀ ବସରେ ଯିବା ଆସିବା କରିଥାନ୍ତି। ବସ ବିଳମ୍ବ ଯୋଗୁଁ ସେମାନେ ଖରା ଓ ବର୍ଷା ଉଭୟର ପ୍ରକୋପ ସହି ଘଣ୍ଟା ଘଣ୍ଟା ଧରି ଜାତୀୟ ରାଜପଥ ଉପରେ ଛିଡା ହୋଇ ବସ କୁ ଅପେକ୍ଷା କରୁଛନ୍ତି। ଏଣୁ ଭବାନୀପାଟଣା ପୌରପାଳିକା ତରଫରୁ କଲେଜ ଛକ ଠାରେ ଦୁଇଟି ବସ ଷ୍ଟପ ନିର୍ମାଣ ସହ ଏକ ଶୌଚାଳୟ ନିର୍ମାଣ କରାଗଲେ ଛାତ୍ର ଛାତ୍ରୀ ସହ ସାଧାରଣ ନାଗରିକ ମଧ୍ୟ ଆଶ୍ୱସ୍ତି ଅନୁଭବ କରିବେ ବୋଲି ଛାତ୍ର ନେତା ମାନେ କହିଛନ୍ତି। ଏହି ସମାନ ଦାବୀପତ୍ର ମ୍ୟୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ କୁମାର ନାୟକଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ଆଗାମୀ ୧୫ ମଧ୍ୟରେ ସକାରାତ୍ମକ ପଦକ୍ଷେପ ନିଆଯିବ ବୋଲି ଉଭୟ ପୌରାଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଛାତ୍ର ନେତା ଚୈତନ୍ୟ ବାଗ, ମାନସ ସିନ୍ଦୂର, ଦୁଷ୍ମନ୍ତ ରଣା, ରୋହନ ମହାପାତ୍ର, ଆଦିତ୍ୟ ରାଉତ, ଅଂଶୁମାନ ନାଗ, ପିନାକୀ ଆଚାର୍ଯ୍ୟ, କମଳେନ୍ଦ୍ର ତାଣ୍ଡି, କୋଶଲ ରାଉତ, ଆଦର୍ଶ ସୁନ୍ଦର, ସୁରଜ ହରପାଲ ଯୋଗ ଦେଇଥିଲେ। ଏହି ଆଲୋଚନାରେ ରାଜ୍ୟ ଛାତ୍ର ବିଜେଡି କାର୍ଯକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, କାଉନସିଲର କ୍ଷୀରସିନ୍ଧୁ ନାଏକ, ଶିବା ସାହୁ, ରଞ୍ଜୁକ୍ତା ପ୍ରଧାନ, ଯୁବନେତା ନବୀନ ନାୟକ, ମିଲନ ମୁଣ୍ଡ, ମୁକେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!