Slug-ବ୍ଲକ ସ୍ତରୀୟ ଶକ୍ତି ସଂରକ୍ଷଣ ପ୍ରଦର୍ଶନୀ କାର୍ଯ୍ୟକ୍ରମ

(AKN NEWS):Anchor-ପୃଥିବୀରେ ଅନୁଭୂତ ବିଭିନ୍ନ ସମସ୍ୟା ମଧ୍ୟରୁ ଶକ୍ତି ସମସ୍ୟା ଏକ ଗୁରୁତର ସମସ୍ୟା ରୂପେ ପରିଗଣିତ l ବିଭିନ୍ନ ଶକ୍ତି ଦ୍ୱାରା ସମସ୍ତ ସୁବିଧା ହେଲେ ମଧ୍ୟ ଏହାର ସଙ୍କଟ ସମସ୍ୟା ସୃଷ୍ଟି କରୁଛି l କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାର ସମସ୍ତ ଉଚ୍ଚ ବିଦ୍ୟାଳୟକୁ ନେଇ ଗୋଲାମୁଣ୍ଡା ନୋଡାଲ ହାଇ ସ୍କୁଲ ଠାରେ ବ୍ଲକ ସ୍ତରୀୟ ଶକ୍ତି ସଂରକ୍ଷଣ ପ୍ରଦର୍ଶନୀ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୀଳାମ୍ବର ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିପୁରା ମହାନନ୍ଦ, ସମ୍ମାନନୀୟ ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେଶ ନାୟକ, ଗଙ୍ଗାଧର ରାଉତ,ସମାଜ ସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ, ପ୍ରମୁଖ ମଞ୍ଚାସିନ ଥିଲେ l
ସଭା କାର୍ଯ୍ୟକୁ ମାନଝରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦାନନ୍ଦ ମେହେର ପରିଚାଳନା କରିଥିଲେ l ଉପସ୍ଥିତ ଅତିଥି ବୃନ୍ଦ ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ଶକ୍ତି ସଂରକ୍ଷଣ ଏକାନ୍ତ ଆବଶ୍ୟକ ବୋଲି ଛାତ୍ର ଛତ୍ରୀଙ୍କୁ ବୁଝାଇ ଥିଲେ l ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ନିଜର ଲୁକ୍କାୟିତ ପ୍ରତିଭାକୁ ପ୍ରଦର୍ଶନ କରି ମୋଟ 43ଟି ପ୍ରକଳ୍ପ ମାଧ୍ୟମରେ ଜନ ସଚେତନ ବାର୍ତ୍ତା ଦେଇଥିଲେ l ବିଚାରକ ଭାବେ ସର୍ବମାଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର ଓ କବିପ୍ରସାଦ ପଟ୍ଟନାୟକ ଉପସ୍ଥିତ ରହି ନିଷ୍ପତି ନେଇଥିଲେ l ପରିଶେଷରେ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ସ୍ଥାନୀୟ ବିଦ୍ୟାଳୟର କର୍ମଚାରୀ ସୌମ୍ୟରଂଜନ ମିଶ୍ର, ବିକ୍ରମ ମାଝୀ, ସସ୍ମିତା ମଙ୍ଗରାଜ, ଅଲିଶା ବରାଳ, ଅରୁଣ କୁମାର ପାଣିଗ୍ରାହୀ, ରଞ୍ଜନ କୁମାର ଜେନା, ସୁବ୍ରତ ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ।
dhramgarh upa khanda ru shyam sundar agrawal AKN NEWS


