ଅନନ୍ୟ

ସାମ୍ବାଦିକ ସଂଘର ସମ୍ବର୍ଦ୍ଧନା ସଭା ଓ ସାଧାରଣ ବୈଠକରେ

ସାମ୍ବାଦିକ ସଂଘର ସମ୍ବର୍ଦ୍ଧନା ସଭା ଓ ସାଧାରଣ ବୈଠକରେ

ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ବିବେକାନନ୍ଦ ପାଠାଗାର ପରିସରରେ କାର୍ଯ୍ୟରତ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ସମ୍ବର୍ଦ୍ଧନା ସଭା ଓ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ମୁଖ୍ୟଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ଯୋଗଦାନ କରି ଇଷ୍ଟ ଦେବୀ ମା ଚଣ୍ଡୀ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ଜଳନ କରିଥିଲେ l ଏହି ସଭାକୁ ସଂଘ ସଭାପତି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ସୁବ୍ରତ ନାଗ ଯାଦବ, ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ, କେରମେଳି ସରପଞ୍ଚ ଅଶୋକ ସାହୁ, ସଂଘ ଆଇନ ପରାମର୍ଶଦାତା ମାନଭଞ୍ଜନ ପାଣିଗ୍ରାହୀ ଓ ସଂଘର ମୁଖ୍ୟ ପରାମର୍ଶଦାତା ପ୍ରମୋଦ କୁମାର ସେଲମା ପ୍ରମୁଖ ଯୋଗଦାନ କରି ସଂଘର ଭବିଷ୍ୟତ ଉଜ୍ଜଳମୟ ହେଉ ବୋଲି କାମନା କରିବା ସହ ସମାଜ ଗଠନରେ ସାମ୍ବାଦିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା ସହିତ ସାମ୍ବାଦିକମାନଙ୍କ ସୁରକ୍ଷା ଓ କଲ୍ୟାଣ ଲାଗି ସରକାରୀ ସ୍ତରରେ ପ୍ରୟାସ ଲୋଡ଼ା ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ l ଏହି ପରିପେକ୍ଷୀରେ ସଂଘର ମୁଖ୍ୟ ପରାମର୍ଶ ଦାତା ସାମ୍ବାଦିକ ଶ୍ରୀ ସେଲମା ଓଡିଶା ସାମ୍ବାଦିକ ସଂଘ (ଓଜେୟୁ ) ର ରାଜ୍ୟ ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବା ଯୋଗୁଁ ତାଙ୍କୁ ସଂଘ ତରଫରୁ ଉପଢ଼ୋକନ ସହ ଫୁଲତୋଡ଼ା ଦେଇ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଏହାପରେ ସଂଘରେ ଖାଲିଥିବା ପଦବୀଗୁଡିକ ପୂରଣ କରାଯାଇଥିଲା l ଏଥିରେ ସଂଘ ଉପ ସଭାପତି ଭାବରେ ପ୍ରଦୀପ ବାଗ, ସାଧାରଣ ସଂପାଦକ ସୁଶାନ୍ତ କୁମାର ମେହେର, ସହ ସମ୍ପାଦକ ଭଗବାନ ରାଜପଲିଆ , କୋଷାଧ୍ୟକ୍ଷ ଭାବରେ ରଞ୍ଜନ ବାଗ ଓ ଚନ୍ଦ୍ରଭାନୁ ପ୍ରଧାନ ଓ ଉପଦେଷ୍ଟା ଭାବରେ ରମାକାନ୍ତ ରାଜପଲିଆ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା l ବୈଠକରେ ଯୁବ ସଂଗଠନ ଅମିତ ରଥ, ସମାଜସେବୀ ମନୋଜ ଶର୍ମା, ସାମ୍ବାଦିକ ରୁଦ୍ରଧର ଦଣ୍ଡସେନା, ଲକ୍ଷ୍ମୀକାନ୍ତ ସାହୁ, ଚୌଧୁରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ଚନ୍ଦ୍ରଭାନୁ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ l

ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!