ଯୁବ ପତ୍ରକାର ସଂଘ ର ଜରୁରୀକାଳୀନ ବୈଠକ।

ଯୁବ ପତ୍ରକାର ସଂଘ ର ଜରୁରୀକାଳୀନ ବୈଠକ।
ପାଟଣାଗଡ଼ ବେଲପଡା ବ୍ଳକ କପାଣି ସ୍ଥିତ ବନଦୂର୍ଗା ଫରେଷ୍ଟ ନର୍ସରୀ ଠାରେ ଉପଖଣ୍ଡ ଯୁବ ପତ୍ରକାର ସଂଘ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି କରୁଣାକର ବୁଡେକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସଂଘ ପରିଚାଳନା କମିଟି ପୁନଃ ଗଠନ କରିବା ପାଇଁ ଆଲୋଚନା କରାଯାଇଥିଲା। ସଭାପତି ଶ୍ରୀ ବୁଡେକ ସ୍ବାଗତ ଭାଷଣ ଦେବା ସହ ଖବର ସଂଗ୍ରହ ପାଇଁ ଗୁରୁତ୍ଵ ଦେବାକୁ ସମସ୍ତଙ୍କୁ ପରାମର୍ଶ ଦେଉଥିଲେ। ସଂଘ ର ବାର୍ଷିକ ଫି ପୈଠ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସଂଘ ର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠିକ୍ ସମୟରେ ବୈଠକ ରେ ଉପସ୍ଥିତ ହେବାକୁ ସମସ୍ତ କର୍ମକର୍ତ୍ତା ,ସଦସ୍ୟ ମାନଙ୍କୁ ପରାମର୍ଶ ଦିଆଯାଇଥିଲା। ସର୍ବ ସମ୍ମତି କ୍ରମେ ଲଲିତ ମଲ୍ଲିକ ଙ୍କୁ ସଂଘର ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା। ନୂତନ ସଦସ୍ୟ ବେହେରା ଙ୍କୁ ଦଳରେ ସାମିଲ କରିବା ସହ ତାଙ୍କ ସ୍ଵାଗତ କରାଯାଇଥିଲା। ଏଥିରେ ଯୁବ ପତ୍ରକାର ସହ ସଂପାଦକ ଗୁଣନିଧି ପୁଟେଲ,କୋଷାଧ୍ୟକ୍ଷ ଘନ ଭୁଏ, ମୂଖ୍ୟ ଉପଦେଷ୍ଟା ଜଗଦୀଶ ଭୋଇ, ଦୂର୍ଯ୍ୟୋଧନ ବର୍ଗେ, ରଙ୍ଗାଧର ପୁଟେଲ, ପ୍ରିତମ ଧରୁଆ, ଗୌରୀଶଙ୍କର ବରିହା, ଘନ ବରିହା, ରଘୁନାଥ ରଣା,ଶେଷଦେବ ସିଂ ନାଏକ, ଅଭିମନ୍ୟୁ ବାଗ, ଚନ୍ଦ୍ରଶେଖର ବରିହା,ଘନ ବରିହା ଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଜଗଦୀଶ ଭୋଇ ସଭା ପରିଚାଳନା କରିଥିବା ବେଳେ ଉପ ସଭାପତି ଗୋରେଖନାଥ ବରିହା ଧନ୍ୟବାଦ ଅର୍ପଣ କରିଥିଲେ।
Duryodhana barge nkar report
