
ସ୍ଥାନୀୟ ବେହେରା ଭାରତୀୟ ବିଦ୍ୟା ଶ୍ରୀନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇ ଯାଇଛି l ଏହି ଅବସରରେ ପ୍ରଥମେ ଅଧ୍ୟକ୍ଷ ସୁରେନ୍ଦ୍ର ନାଏକ ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ବେହେରା ଗ୍ରାମପଞ୍ଚାୟତ ସମିତି ସଭ୍ୟ କିଶୋର ନାଗ ମୁଖ୍ୟ ବକ୍ତା ଭାବରେ ଶାରିରୀକ ଶିକ୍ଷକ ଲଖିରାମ ଅଗ୍ରୱାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସୁରେନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ ଭକ୍ତ ଚରଣ ଭୋଇ ଯୋଗଦେଇ ଥିଲେ l ସର୍ବ ପ୍ରଥମେ ଉପସ୍ଥିତ ଅତିଥି ମାନେ

ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟ କ୍ରମର ଶୁଭାରମ୍ଭ କରିବାପରେ
ଉପସ୍ଥିତ ଅତିଥି ମାନେ ସ୍ବଚ୍ଛତା ହିଁ ସେବା ଉପରେ ବକ୍ତବ୍ୟ ରଖିଥିଲେ l ଏହି ଅବସରରେ ରଚନା, ବକ୍ତୃତା, ସାଧାରଣ ଜ୍ଞାନ, ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ ସହ ପୁରସ୍କାର ପ୍ରଦାନ କରାଯାଇଥିଲା l ଶେଷରେ ସ୍କୁଲ ର ସମସ୍ତ ସ୍ଵେଚ୍ଛା ସେବୀ ଛାତ୍ର ଛାତ୍ରୀ

ମାନଙ୍କୁ ନେଇ ଗାଁ ସଫେଇ କରାଯାଇଥିଲା l ଏହି କାର୍ଯ୍ୟ କ୍ରମ ରେ ଅନୁଷ୍ଠାନ ର ସମସ୍ତ କର୍ମ ଚାରି ଓ ଛାତ୍ର ଛାତ୍ରୀ ବିଶେଷ ସହଯୋଗ କରିଥିଲେ l
