2024 ର ଦ୍ୱିତୀୟ ତଥା ଅନ୍ତିମ ସେମି ଫାଇନାଲ ସ୍ଥାନୀୟ ଭେଜିପଦର ଗ୍ରାମର ଖେଳପଡିଆ ଠାରେ ସଫଳ ଭାବରେ ଅନୁଷ୍ଠିତ

(AKN NEWS): ଆଜି ଭେଜିପଦର ଯୁବକ ସଂଙ୍ଘ ଦ୍ୱାରା ଆୟୋଜିତ ଅଷ୍ଟମ ୟଙ୍ଗଷ୍ଟାର କପ କ୍ରିକେଟ ପ୍ରତିଯୋଗିତା 2024 ର ଦ୍ୱିତୀୟ ତଥା ଅନ୍ତିମ ସେମି ଫାଇନାଲ ସ୍ଥାନୀୟ ଭେଜିପଦର ଗ୍ରାମର ଖେଳପଡିଆ ଠାରେ ସଫଳ ଭାବରେ ଅନୁଷ୍ଠିତ ହୋଇଯାଇଅଛି I
ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଗୁଡ଼ିଆଳିପଦର ଗ୍ରାମ ପଂଚାୟତର ଏହି ଭେଜିପଦର ଗ୍ରାମରେ ଆଜିର ଏହି ଗୁରୁତ୍ୱପୂର୍ଣ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଲଳିତା ନାଏକ ଉପସ୍ଥିତ ଥିବାବେଳେ ନିମନ୍ତ୍ରିତ ସ୍ୱତନ୍ତ୍ର ଅତିଥି ଭାବରେ ଜିଲ୍ଲା ଯୋଜନା ଅଫିସର ଡେପୁଟି ଡିରେକଟର ଶ୍ରୀଯୁକ୍ତ ଶ୍ରୀକାନ୍ତ ଦଳାଇ ଉପସ୍ଥିତ ଥିଲେ I ଅନ୍ୟତମ ସନମାନୀୟ ଅତିଥି ଭାବରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସ (ବାପି )ଉପସ୍ଥିତ ଥିଲେ I ଏହି ମ୍ୟାଚଟି ଡୁଙ୍ଗୁରିପାଲି ଏବଂ ଭେଜିପଦର ମଧ୍ୟରେ ହୋଇଥିଲା I
ଉପସ୍ଥିତ ସମସ୍ତ ଅତିଥି ଦୁଇଟି ଦଳ ର ସମସ୍ତ ଖେଳାଳୀମାନଙ୍କୁ ଉତ୍ସIହିତ କରିବା ସହ ଆୟୋଜକ କମିଟି ର ସଭାପତି ଅରୁଣ ବର୍ମା, ଉପସଭାପତି ଦିନେଶ ଦୁର୍ଗା, କୋଷାଧ୍ୟକ୍ଷ୍ୟ ତାମରେନ୍ଦ୍ର ମାଝୀ, ଅର୍କିତ ସୁନାନୀ ତଥା ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜ୍ଞ୍ୟାପନ କରିଥିଲେ I ଏହି ମ୍ୟାଚରେ ଡୁଙ୍ଗରିପଦର ବିଜୟୀ ହୋଇଥିବା ଆସନ୍ତା କାଲି ଫାଇନାଲ ପ୍ରତିଯୋଗିତା ଖେଳିବା ନେଇ ପଥ ପରିଷ୍କାର କରିଥିଲା I
ବ୍ୟୁରୋ ରିପୋର୍ଟ AKN NEWS


