ଉପାନ୍ତ ଅଞ୍ଚଳ ପାଟଦର୍ହାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତିଆରିହେଲା ମାର୍କେଟ କମ୍ପ୍ଲେକ୍ସ

(AKN NEWS): ସବୁବେଳେ ଚର୍ଚ୍ଚାରେ ଆସୁଥିବା ମାଓ ପ୍ରବଣ ଉପାନ୍ତ ଅଞ୍ଚଳ ପାଟଦର୍ହା ଠାରେ ଲୋକଙ୍କ ସୁବିଧା ପାଇଁ ତିଆରି କରାଗଲା ମାର୍କେଟ କମ୍ପ୍ଲେକ୍ସ । ସୁନାବେଡା ଅଭୟାରଣ୍ୟକୁ ଲାଗି ରହିଥିବା ଅନ୍ୟ ଏକ ସ୍ଥାନ ବୋଡ଼େନ ବ୍ଲକର ପାଟ ଦର୍ହା ।ସେଠାକୁ ଗମନାଗମନର ସୁବିଧା ନ ଥିଲା ହେଲେ ବର୍ତ୍ତମାନ ସ୍ଥାୟୀ ରାସ୍ତା ନିର୍ମାଣ ହେଲା ।ସେଠାକାର ଗୋଟିଏ ୱାର୍ଡ ସହିତ ଅନ୍ୟ ୱାଡକୁ ରାସ୍ତା ସଂଯୋଗିକରଣ କରାଯାଇଛି ।ବିଭିନ୍ନ ବାଧା ବିଘ୍ନ ସତ୍ତ୍ବେ ମଧ୍ୟ ଲୋକଙ୍କ ସୁବିଧା ନିମିତ୍ତ ବଜାର ଗୃହ ତିଆରି କରାଯାଇ ପାରିଛି ।ବୋଡ଼େନ ବି ଡି ଓ ପ୍ରିୟରଞ୍ଜନ କୁମାର, ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ରାଉତ,କନିଷ୍ଠ ଯନ୍ତ୍ରୀ ଯୋଗେଶ୍ୱର ନାଏକ,କନିଷ୍ଠ ଯନ୍ତ୍ରୀ ସଂଗ୍ରାମ କେଶରୀ ପରିଡ଼ା, ଜି ପି ଇ ଓ ପ୍ରଫୁଲ୍ଲ କୁମାର ନାଏକ ତଥା ସି ପି ସରୋଜ କୁମାର ପ୍ରଧାନ ପ୍ରତି ମୁହୂର୍ତ୍ତରେ ଉପାନ୍ତ ଅଞ୍ଚଳର ବିକାଶ ଦିଗରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ହାତକୁ ହାତ ମିଶାଇ ଆଗେଇ ଚାଲିଛନ୍ତି ।ଲୋକ କହିବା ଅନୁସାରେ ଏମାନଙ୍କୁ ପରିବହନ ଦୃଷ୍ଟିରୁ ବାଲି,ସିମେଣ୍ଟ ଭଳି ଆବଶ୍ୟକୀୟ ଜିନିଷର ଦାମ ଅଧିକ ହୋଇଯାଉଛି ତେଣୁ ସ୍ୱଚ୍ଛ ଭାରତ ମିଶନ ଦ୍ବାରା ଦିଆଯାଇଥିବା ପାଇଖାନାର ଅନୁଦାନ ଅର୍ଥରାଶି ଯଥେଷ୍ଟ ହୋଇ ପାରୁନି ଏବଂ ଆବାସ ଯୋଜନାର ଘରର ଅର୍ଥ ରାଶି ମଧ୍ୟ କମ ହୋଇ ଯାଉଛି ଘର ତିଆରି ପାଇଁ ।ଜିଲ୍ଲାପାଳ ଏହି ସମସ୍ୟା ଦୂର କରିବାକୁ ସରକାରଙ୍କୁ ଜଣାନ୍ତୁ ବୋଲି ଉପାନ୍ତ ଅଞ୍ଚଳବାସୀ ଆଗ୍ରହ କରୁଛନ୍ତି । ଏହି ଅଞ୍ଚଳରେ ଆଉ ଏକ ସମସ୍ୟା ପାହାଡ ଭଳି ଠିଆ ହୋଇଛି ତାହା ହେଉଛି ମୋବାଇଲ ନେଟ ୱର୍କ ସମସ୍ୟା । ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଯଥା ଶୀଘ୍ର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।
ଓମ ପ୍ରକାଶ ଚୌଧୁରୀଙ୍କ ରିପୋର୍ଟ AKN NEWS


