ନବରଙ୍ଗପୁର ଜିଲ୍ଲା ଓ. ୟୁ. ଡବ୍ଲୁ. ଜେ ସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ

ନବରଙ୍ଗପୁର (AKN NEWS): ତା ୧୨/୦୨-ଆଜି ନବରଙ୍ଗପୁର ଜିଲ୍ଲା ସଦର ମହକୁମାର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ନବରଙ୍ଗପୁର ଜିଲ୍ଲା ଓ ୟୁ ଡବ୍ଲୁ ଜେ ସାମ୍ବାଦିକ ସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି |ଜିଲ୍ଲା ସଭାପତି ଶେଖର ଖୁରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନବରଙ୍ଗପୁର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ ଖୋରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟ ଓ ୟୁ ଡବ୍ଲୁ ଜେ ସଂଘର ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ୱାଳ,ନବରଙ୍ଗପୁର ଓ ୟୁ ଡବ୍ଲୁ ଜେ ସଂଘର ଆଇନ ପରାମର୍ଶ ଦାତା ଶିରାଜ ଉଦ୍ଦୀନ ମହମ୍ମଦ ଯୋଗ ଦେଇଥିବା ବେଲେ ମୁଖ୍ୟ ବକ୍ତା ଭାବେ ନବରଙ୍ଗପୁର ଲୋକ ସମ୍ପର୍କ ଓ ଜିଲ୍ଲା ସୂଚନା ଅଧିକାରୀ ମନୋଜ କୁମାର ବେହେରା ଯୋଗ ଦେଇଥିଲେ |
କାର୍ଯ୍ୟକ୍ରମରେ ଜିଲ୍ଲା ଓ ୟୁ ଡବ୍ଲୁ ଜେ ସଂଘର ଉପ ସଭାପତି ହିମାଂଶୁ ବାଘ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ସାହୁ, କୋଷାଧକ୍ଷ ରଞ୍ଜିତ କୁମାର ନାୟକ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ | ଆୟୋଜିତ କାର୍ଯ୍ୟକ୍ରମରେ ଏକ ଆଲୋଚନା ଚକ୍ର ମଧ୍ୟ ଥିଲା “ବର୍ତ୍ତମାନର ସ୍ଥିତିରେ ସାମ୍ବାଦିକ ମାନେ କିଭଳି ସୁରକ୍ଷିତ ରହି ସମ୍ବାଦ ସଂଗ୍ରହ ଓ ପରିବେଷଣ କରିପାରିବେ” |
ଆଲୋଚ୍ୟ ପ୍ରସଙ୍ଗରେ ମୁଖ୍ୟ ବକ୍ତା, ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ଭାଗନେଇ ନିଜ ନିଜ ବକ୍ତବ୍ୟ ରଖିବା ସହିତ ନିର୍ଭିକ, ନିରପେକ୍ଷ ଓ ସତ୍ୟ ସମ୍ବାଦ ସଂଗ୍ରହ କରି ତାର ପ୍ରସାରଣ କରିବାକୁ ପରାମର୍ଶ ଦେଇଥିଲେ |କାର୍ଯ୍ୟକ୍ରମରେ ନବରଙ୍ଗପୁର ବ୍ଲକର ୧୦ଗୋଟି ବ୍ଲକରୁ ପାଖାପାଖି ୫୦ଜଣ ସାମ୍ବାଦିକ ଯୋଗଦେଇଥିଲେ |କାର୍ଯ୍ୟକ୍ରମର ଶେଷରେ ଚଳିତ ବର୍ଷର ସକ୍ରିୟ ସାମ୍ବାଦିକ ଭାବେ ନନ୍ଦାହାଣ୍ଡି ବ୍ଲକର ଘାସିରାମ ହରିଜନ, ସମାଜ ସେଵୀ ଭାବେ ସେବକ ଗରଡ଼ା ଏବଂ ଚଳିତ ବର୍ଷର ବେଷ୍ଟ ୟୁନିଟ ଭାବେ ତେନ୍ତୁଳୀଖୁଣ୍ଟି ବ୍ଲକ ସାମ୍ବାଦିକ ସଂଘକୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା
ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS


