ଓଡିଶା ଖବର

ପି ସି ସି ସଭାପତି ଙ୍କୁ କଳାହାଣ୍ଡି କୁର୍ମି ସାମାଜ ତରଫରୁ ହାର୍ଦିକ ଅଭିନନ୍ଦନ

ଭବାନୀପାଟଣା(AKN NEWS): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭାବେ ଦାୟିତ୍ବ ଦେଇ ଥିବାରୁ କଳାହାଣ୍ଡି କଂଗ୍ରେସ ଦଳ ତରଫରୁ ଖୁସିର ଲହରୀ ଖେଳିଯାଇଛି.

ଏପରିକି ବିଭିନ୍ନ ସଂଗଠନ ମଧ୍ଯ ଖୁସି ବ୍ୟକ୍ତ କରି ଶ୍ରୀ ଦାସ ଙ୍କୁ ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ ସାମାଜିକ ଗଣମାଧ୍ୟମ ରେ ଜଣାଇଛନ୍ତି. ଏପରିକି କଲାହାଣ୍ଡି ଜିଲା କୁର୍ମି କ୍ଷତ୍ରିୟ ସଂସ୍ଥା ତରଫରୁ ସଭାପତି ଅଶ୍ୱିନୀ ପ୍ରଧାନ,ସମ୍ପାଦକ ଭାବଗ୍ରାହୀ ନାୟକ,ସୀତାକାନ୍ତ ପ୍ରଧାନ,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଗଙ୍ଗାଧର ପ୍ରଧାନ,କୁଳାଧିପତି ତ୍ରିଭୁବନ ପ୍ରଧାନ,ମହେଶ୍ଵର ପ୍ରଧାନ,କୃଷ୍ନ ଚନ୍ଦ୍ର ପ୍ରଧାନ,ସାମ୍ବାଦିକ ସନ୍ତୋଷ ପ୍ରଧାନ ପ୍ରମୂଖ ନୂତନ ଭାବେ ଦାୟିତ୍ଵ ନେଇଥିବା ପି ସି ସି ସଭାପତି ଶ୍ରୀ ଦାସ ଙ୍କୁ ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି.

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!