ବିଶ୍ଵ ବନ୍ୟ ପ୍ରାଣୀ ଦିବସ ପାଳନ,ବନ୍ୟପ୍ରାଣୀ ବିନା ମଣିଷ ସମାଜ ପୂର୍ଣ୍ଣାଙ୍ଗ ନୁହେଁ

କୁଚିଣ୍ଡା,୩/୩(AKN NEWS): ଆଦିବାସୀ ଭବନରେ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ବିଶ୍ଵ ବନ୍ୟ ପ୍ରାଣୀ ଦିବସ ସଭାପତି ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ପାଳିତ ହୋଇ ଯାଇଛି ।ଏଥିରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝି , ମହାରାଷ୍ଟ୍ର ର ବୃଦ୍ଧି ଫାଉଣ୍ଡେସନର ସଂଯୋଜକ ବିନାୟକ ସେହେଗଲ ମୁଖ୍ୟବକ୍ତା , ସାମାଜିକ କର୍ମୀ ପଞ୍ଚାନନ ପଧାନ ଓ ପ୍ରଦୀପ କୁମାର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଦିବସର ମାହାତ୍ମ୍ୟ ସମ୍ପର୍କରେ କହିଥିଲେ ।
ସଭାପତି ଶ୍ରୀ ନାୟକ ଓ ବକ୍ତା ଗଣ ତାଙ୍କ ଅଭି ଭାଷଣରେ ବନ୍ୟପ୍ରାଣୀ ବିଶ୍ଵ କୁ ଈଶ୍ବରଙ୍କ ଏକ ମହାଦାନ ,ସେଥିପାଇଁ ବିଶ୍ଵର ପ୍ରାକୃତିକ ଭାରସାମ୍ୟ ରକ୍ଷା ସକାଶେ ବନ୍ୟ ପ୍ରାଣୀ ବିନା ମନୁଷ୍ୟ ସମାଜ ପୂର୍ଣ୍ଣାଙ୍ଗ ହୋଇ ପାରିବ ନି ବୋଲି କହିଥିଲେ ।ଏହି ଅବସରରେ ନର୍ସିଂ କଲେଜ୍ ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରା ଯାଇ ଥିଲା । ଶେଷରେ ଆଦିବାସୀ ସାମାଜିକ ସାଂସ୍କୃତିକ ପରିଷଦ ର ଉପସଭାପତି ରମେଶ ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଅନୁରୂପ ଭାବରେ କୁଚିଣ୍ଡା ବନ୍ୟାଞ୍ଚଳ ଅନ୍ତର୍ଗତ ସଲେଭାଡ଼ି ଠାରେ ଏହି ସଂସ୍ଥା ପକ୍ଷରୁ ରାହାସ ବିହାରୀ ହାଇ ସ୍କୁଲ ର ଛାତ୍ର,ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଗ୍ରାମ୍ୟ ପରିକ୍ରମା କରି ବନ ଓ ବନ୍ୟ ପ୍ରାଣୀର ସୁରକ୍ଷା ପାଇଁ ବଣରେ ନିଆଁ ନ ଲାଗିବ ଓ ଯଦି ଲାଗି ଗଲେ ନିର୍ବାପନ କରିବାକୁ ଜନ ସଚେତନତା କରିଥିଲେ । ଏହି ଶୋଭାଯାତ୍ରା ଅନ୍ୟ ମାନଙ୍କ ସହ ଆଦିବାସୀ ସାମାଜିକ କର୍ମୀ କରୁଣାକର କିସାନ, ଲକ୍ଷ୍ମଣ କିସାନ, ବନ ପାଲ ତିକନ୍ ଚାନ୍ଦ ଚୌଧୁରୀ, ବନରକ୍ଷୀ ଅତିସ ନାଏକ, ସ୍ବପ୍ନ ସାଗର ସାହୁ,ଶିକ୍ଷକ ପ୍ରଦୀପ କୁମାର ପଟେଲ,ସଞ୍ଜୀବ ପଟେଲ,ରଞ୍ଜନ ନାୟକ ଓ ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


