ଓଡିଶା ଖବର

କୁଲିଗାଁ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଅନୁଷ୍ଠିତ

ନୂଆପଡା ତା:12.3.(AKN NEWS): ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ କୁଲିଗାଁ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଦ୍ୟାଧର ମାଝୀ ଅଧକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯୋଗଦେଇ କଠିନ ପରିଶ୍ରମ ଦ୍ବାରା ଛାତ୍ର ଛାତ୍ରୀ ମାନେ ଆଗକୁ ବଢିବା ପାଇଁ ଆହ୍ବାନ ଦେଇଥିଲେ।ସମ୍ମାନିତ ଅତିଥି ଭାବରେ ଶିକ୍ଷକ ଲାଇବାନ ବାଗ, ଟିକେରାମ ମେହେର,ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଦିଲ୍ଲୀପ ତାଣ୍ଡି, ସଭ୍ୟ ଗରୁଡ ଶବର ପ୍ରମୁଖ ଯୋଗଦେଇ ଦୃଢ଼ ଇଚ୍ଛା ଶକ୍ତି ଦ୍ଵାରା ଆଗକୁ ଯାଇହୁଏ ତେଣୁ ସବୁବେଳେ ଅଧ୍ୟବସାୟ ସହ ଗୁରୁ ଗୁରୁଜନଙ୍କ କଥା ମାନି ଚଳିବା ପାଇଁ ଛାତ୍ର ଛାତ୍ରୀଙ୍କୁ କହିଥିଲେ।

ଏଅବସରରେ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ସ୍କୁଲ ଛାତ୍ର ଛାତ୍ରୀ ନୃତ୍ୟ ସଙ୍ଗୀତ ଓ ଡ୍ରାମା ପରିବେଷଣ କରିଥିଲେ। ବରିଷ୍ଠ ଶିକ୍ଷକ ରଜନୀକାନ୍ତ ଯୋଶୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଭାକୁ ବରିଷ୍ଠ ଶିକ୍ଷକ ପ୍ରଦ୍ୟୁମ୍ନ ପତି, ଚେରୁ ତାଣ୍ଡି, ଲତିକା ରାଉତ, ପରିଚାଳନା କମିଟି ର ସଦସ୍ୟ ତଥା ଅଭିଵାବକ ଅଭିଵାବିକା, ଗ୍ରାମର ନାଗରିକ ବୃନ୍ଦ ଯୋଗଦାନ କରି ସମ୍ପୂର୍ଣ ସହଯୋଗ କରିଥିଲେ |ଶେଷରେ ଶିକ୍ଷୟତ୍ରୀ ଲତିକା ମଞ୍ଜରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ

ଓମ ପ୍ରକାଶ ଚୌଧୁରୀ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!