ଓଡିଶା ଖବର
ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସର ରେ ବାର୍ଷିକଉତ୍ସବ

ନୂଆପଡା 12.3.(AKN NEWS): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାଣିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସର ରେ ବାର୍ଷିକଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟୀତ୍ରୀ ସୌଭାଗ୍ୟ ମଞ୍ଜରୀ ଧଳ ଏବଂ ସହ ଶିକ୍ଷୟୀତ୍ରୀ ଚମ୍ପାବତୀ ଭୋଇ ଙ୍କ ଅଧ୍ୟକ୍ଷତାରେ ଗତ ୧୧ ତାରିଖ ରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ଜଣାଶୁଣା ସମାଜ ସେବି ଶ୍ରୀଯୁକ୍ତ ମହେଶ୍ୱର ସାହୁ, ମୁଖ୍ୟ ବକ୍ତା ଭାବେ ସିଆରସିସି କ୍ଷୀରୋଦ କୁମାର ଗହୀର, ଏସଏମସି ସଭାପତି ଲକ୍ଷ୍ମଣ ରାଉତ, ୱାର୍ଡ ମେମ୍ବର ସୁରେଶ ବଂଛୋର ଏବଂ ଏସଏମସି ର ସମସ୍ତ ସଭ୍ୟା ସଭ୍ୟ ବୃନ୍ଦ ତଥା ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ଗଣ ଉପସ୍ଥିତ ଥିଲେ l ସ୍କୁଲ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସୁନ୍ଦର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ବକ୍ତା ଏବଂ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା l
ଓମ ପ୍ରକାଶ ଚୌଧୁରୀ AKN NEWS


