ଅନନ୍ୟ

କୁଲେଇଗଡ଼ ଗ୍ରାମ ପଞ୍ଚାୟତ କୁ ମଧ୍ୟ ନିଶାମୁକ୍ତ କରିବାକୁ ସହିଦ ଲକ୍ଷ୍ମଣ ନାୟକ ଙ୍କ ନାମରେ ମହିଳା ନେଲେ ଶପଥ

କୁଲେଇଗଡ଼ ଗ୍ରାମ ପଞ୍ଚାୟତ କୁ ମଧ୍ୟ ନିଶାମୁକ୍ତ କରିବାକୁ ସହିଦ ଲକ୍ଷ୍ମଣ ନାୟକ ଙ୍କ ନାମରେ ମହିଳା ନେଲେ ଶପଥ
କୁଚିଣ୍ଡା:୨୯/୩: କୁ ଟୁ ରା ଚୁ ଆଁ ଗ୍ରାମ ପଞ୍ଚାୟତ ର ନିଶାନିବରଣ ଅଭିଯାନ ର ପ୍ରଭାବ ଏବେ କୁଲେଇଗଡ଼ ଗ୍ରାମ ପଞ୍ଚାୟତ ରେ ମଧ୍ୟ ପଡ଼ିଛି । ବିଶିଷ୍ଟ ସ୍ଵଧିନତା ସଂଗ୍ରାମୀ ସହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ପାଳନ ଅବସରରେ ଆଜି କୁଳେଇଗଡ ର ରାଜୀବ ଭବନ ଠାରେ ଏମ ବି କେ ପୁଷ୍ପାଞ୍ଜଳି ମାଝୀ ଓ ପୁରୁଣା ପାଣି ଠାରେ ସରପଞ୍ଚ ନଳିନୀ କିସାନ ଙ୍କ ସଭାପତିତ୍ୱରେ ଦୁଇ ଗୋଟି ସଭାରେ ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଏହି ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢି ତୋଳିବାକୁ ସର୍ବ ପ୍ରଥମେ ପୂର୍ଣ୍ଣ ନିଶା ନିବାରଣ କରିବାକୁ ବଜ୍ର ଶପଥ ନେଇଥିଲେ ।ଏହି ସଭା ଦ୍ୱୟରେ ବିଶିଷ୍ଟ ସମାଜସେବୀ ତଥା ନିଶା ନିବାରଣ ଅଭିଯାନ ର ଅବିଭକ୍ତ ସମ୍ବଲପୁର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଓ ଉପଖଣ୍ଡ ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣାକର କିସାନ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପଞ୍ଚାୟତ କୁ ନିଶାମୁକ୍ତ କରିବାକୁ ଆହ୍ବାନ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ମହିଳା ମହାସଂଘର ସଭାନେତ୍ରୀ ମୀନା ମହାନନ୍ଦିଆ, ପୂର୍ବତନ ସରପଞ୍ଚ ନମିତ ଭୋଇ, ୱାର୍ଡ ସଭ୍ୟା ଅଞ୍ଜିତ ଲୁହୁରା,ନାଏବ ସରପଞ୍ଚ ଲମ୍ବୋଦର କୁମୂରା, ପୂର୍ବତନ ସମିତି ସଭ୍ୟ ଓମ୍ ପ୍ରକାଶ ପଟେଲ, ଗୀତା ଭଞ୍ଜ,ଅନିତା ପଟେଲ,ଲୋଚନୀ କଲି, ପୁରୁଣା ପାଣି ଗ୍ରାମ୍ୟ କମିଟି ସଭାପତି ସୁଦେସ ପଟେଲ, ଆଦିବାସୀ ନେତା ଦେବା ର୍ଚ୍ଚନ କିସାନ ପ୍ରମୁଖ ଭାଷଣ ଦେଇ ଜନ ଜାଗରଣ ସକାଶେ ଆସନ୍ତା ଏପ୍ରିଲ ତିନି ଓ ଚାରି ତାରିଖ ଦିନ ନିଶାମୁକ୍ତ ପଦ ଯାତ୍ରା କରା ଯିବାକୁ ଆହ୍ବାନ ଦେଇଥିଲେ ।ଶେଷରେ ମହିଳା ମହା ସଂଘ ସମ୍ପାଦିକା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!