ଓଡିଶା ଖବର

ବଟେଶ୍ୱର ଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

(AKN NEWS): ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ଗୁମୁଣ୍ଡିଆ ପାଞ୍ଚପଡ଼ାର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ବାବା ବଟେଶ୍ୱର ଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶନିବାର ଠାରୁ ଆରମ୍ଭ ହୋଇଯାଇଛି । ଏଥି ନିମନ୍ତେ କଳସ ଶୋଭାଯାତ୍ରା ହୋଇଥିଲା ଏବଂ କାଉଡ଼ିଆ ପୁଷ୍କରିଣୀରେ ଏକ ଶହରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସାମିଲି ହୋଇ ଜଳ ଆଣି ମନ୍ଦିର ପରିସରରେ ପହଞ୍ଚିଥିଲେ ଏବଂ ବିଦ୍ୱାନ ପଣ୍ଡିତ ଟୁକୁନା କରଙ୍କ ପରାମର୍ଶ କ୍ରମେ ବାର ଜଣ ପୂଜାରୀ ସହଯୋଗ କରିବା ସହିତ ବୈଦିକ ରୀତିନୀତି ଅନୁଯାୟୀ ଯଥା ବିଧି ପୂଜା ଅର୍ଚ୍ଚନା ହୋଇଥିଲା । ଆଧ୍ୟାତ୍ମିକ ପରିବେଶ କୁ ଆହୁରି ସୁଦୃଢ କରିବା ପାଇଁ ପୁରୀ ମଠ ମହନ୍ତ ଶ୍ରୀ କରୁଣାକର ମହାରାଜ ଯୋଗ ଦେଇଛନ୍ତି

ଏହି ଅବସରରେ ଚବିଶ ପ୍ରହର ନାମ ଯଜ୍ଞ, ଘୃତ ଯଜ୍ଞ, ଓ ଅନ୍ନ ଯଜ୍ଞ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ବଟେଶ୍ୱର ଦେବଙ୍କ ପାଞ୍ଚପଡ଼ା ପରିଚାଳନା କମିଟି ସହଯୋଗରେ ଆୟୋଜିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଛଅ ଦିନ ଧରି ଚାଲିବ ବୋଲି କମିଟି ତରଫରୁ ଜଣାପଡିଛି ।

ପାଞ୍ଚପଡ଼ା ଗ୍ରାମ୍ୟ କମିଟି ସଭାପତି ଶ୍ରୀଯୁକ୍ତ କାଶୀନାଥ ଜେନା,ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ ନାୟକ ସମେତ ପାଞ୍ଚ ପଡ଼ା ଯୁବକ ସଂଘ ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଅନୁଷ୍ଠାନ କାର୍ଯ୍ୟକୁ ଗୁରୁତ୍ୱ ପୂର୍ଣ୍ଣ ଭାବେ ସହଯୋଗ କରିବା ସହିତ ଅନୁଷ୍ଠାନ କୁ ସରସ ସୁନ୍ଦର କରିବା ପାଇଁ ସଭ୍ୟ ମାନେ ପରସ୍ପର ଭିତରେ ଦାୟିତ୍ଵ ବଣ୍ଟନ କରି ସୁଚାରୂପେ ନିଜ ଦାଇତ୍ୱ ନିର୍ବାହ କରିଥିଲେ ।

କୃଷ୍ଣ ପ୍ରସାଦରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN News

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!