ଅନନ୍ୟ

ନିଶା ନିବାରଣ ଅଭିଯାନର ସହିଦ ରଘୁ ଦିବାକର ଙ୍କ ସ୍ମୃତିରେ ନିଶା ମୁକ୍ତି ସମାବେଶ ଓ ପଦଯାତ୍ରା

କୁଚିଣ୍ଡା:୪/୪(AKN NEWS): ନିଶା ନିବାରଣ ଅଭିଯାନ ପକ୍ଷରୁ କୁଚିଣ୍ଡା ଅଞ୍ଚଳରେ ନିଶା ବିରୋଧି ଅଭିଯାନ ବ୍ୟାପକ ହେବାରେ ଲାଗିଛି ।ବିପ୍ଳବୀ ଶହୀଦ ରଘୁ ଦିବାକର ଙ୍କ ଆଜି ଆତ୍ମୋତ୍ସର୍ଗ ଦିବସ ପାଳନ ଅବସରରେ ଉଭୟଙ୍କ ସ୍ମୃତି ଚାରଣ ପାଇଁ ପୁରୁଣାପାଣି ଆମ୍ବତୋଟାରେ ଅଭିଯାନର ଅବିଭକ୍ତ ସମ୍ବଲପୁର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ନିଶା ମୁକ୍ତି ସମାବେଶ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ୱେସ୍କୋ ବିଦ୍ୟୁତ୍ କମ୍ପାନୀର ଅବସର ପ୍ରାପ୍ତ ପଦାଧିକାରୀ ଇଂ. ସନ୍ତୋଷ ପଟେଲ,ପୂର୍ବ ଜିଲ୍ଲା ପରିଷଦ ସଭ୍ୟା ତଥା ଅଭିଯାନର ଜିଲ୍ଲା ସମ୍ପାଦିକା ଉତ୍ପଳା ଧୁରୂଆ, ଉପଖଣ୍ଡ ସଭାପତି ପୂର୍ବ ବ୍ଲକ ଅଧ୍ୟକ୍ଷ କରୁଣାକର କିସାନ, ଗ୍ରାମ ପଞ୍ଚାୟତ ମହାସଂଘ ସଭାପତି ମୀନା ମହାନନ୍ଦିଆ ସମ୍ପାଦିକା ପଙ୍କଜିନି ଚାର୍ଡିଆ, ଏମ. ବି. କେ. ପୁଷ୍ପାଞ୍ଜଳି ମାଝୀ,ସରପଞ୍ଚ ନଳିନୀ କିସାନ, ସମିତି ସଭ୍ୟା କୁନି କିସାନ,ଗ୍ରାମ ମଙ୍ଗଳ କମିଟି ସଭାପତି ସୁଦେଶ ପଟେଲ ପ୍ରମୁଖ ଭାଷଣ ଦେଇ ନିଶା ମୁକ୍ତ ଅଞ୍ଚଳ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ଘୋଷଣା କରିଥିଲେ ।

ଏହା ପରେ ସଭାପତି ସୁବାସ ନାୟକ ଙ୍କ ନେତୃତ୍ୱରେ ନିଶା ମୁକ୍ତ ପଦଯାତ୍ରା ଉଭୟ ପୁରୁଣା ପାଣି ଓ ଦୁମର ମୁଣ୍ଡା ଗ୍ରାମକୁ ଯାଇ ବିଭିନ୍ନ ସ୍ଲୋଗାନ ଓ ପଥ ପ୍ରାନ୍ତ ସଭା କରି ଜନ ଜାଗରଣ କରାଇଥିଲେ ।ସଭା ଗୁଡିକରେ ଶ୍ରୀ ନାୟକ ଆନ୍ଦୋଳନ କାରି ଓ ଗ୍ରାମବାସୀ ଙ୍କୁ ନିଜେ ନିଶା ନ ଖାଇବା ଓ ଅନ୍ୟ ନିଶା କାରୀଙ୍କୁ ଏଥିରୁ ନିବର୍ତ୍ତାଇଵା ପାଇଁ ସହିଦ ରଘୁ ଦିବାକର ଓ ମହାତ୍ମା ଗାନ୍ଧୀଙ୍କ ନାମରେ ଶପଥ ପାଠ କରାଇଥିଲେ ।ଏହି ଦିବସ ବ୍ୟାପୀ କାର୍ଯ୍ୟକ୍ରମ କୁ ପୂର୍ବତନ ସରପଞ୍ଚ ନମିତା ଭୋଇ, ୱାର୍ଡ ସଭ୍ୟ ବଳରାମ କରାଲି,ୱାର୍ଡ ସଭ୍ୟା ମମତା ରଣା ନାଏବ ସରପଞ୍ଚ ଲମ୍ବୋଦର କୁମୁରା ,ଏମ. ବି. କେ.ପୁଷ୍ପାଞ୍ଜଳି ମାଝୀ ,ସି. ଆର .ପି. କିରଣ ପ୍ରିୟା ପୋଢ଼, ଝୁନୁ ପଟେଲ,ଜନନୀ କିସାନ, ଗିତା ଭଞ୍ଜ,ନାରୀ ନେତ୍ରୀ ଅନିତା ପଟେଲ,ଜ୍ୟୋତି ପଟେଲ, ଦିପା ଞ୍ଜଲୀ ନାଏକ,ଝରଣା ବାଘ୍, କାମିନୀ ବାଗ,କିଶୋରୀ ଜାଲ,ମାଳତୀ କିସାନ, ଶକୁନ୍ତଳା କିସାନ, ସବିତା କିସାନ, ରୋହିଣୀ କିସାନ,ଜୟ ମଙ୍ଗଳ ମାଝୀ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ରୋହିଣୀ କରାଳି ଧନ୍ୟବାଦ୍ ଅର୍ପଣ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!