ବିରାଟକାୟ ଅଜଗର ସାପ ଉଦ୍ଧାର

ବୋଲଗଡ଼, (AKN NEWS): ଗତ କାଲି ରାତି ଦଶ ଘଂଟିକା ସମୟରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ବ୍ରହ୍ମପୁରା ଗ୍ରାମ ଛକରୁ ବୋଲଗଡ ବନରଖି ଅରୂପ କୁମାର ବେହେରା, ବନ ରଖି ଅର୍ପିତା ନାୟକ ଓ ମାନସ ବୈରଞ୍ଜନ ଓ ସହକର୍ମୀ ନେତୃତ୍ୱରେ ସତର ଫୁଟର ଅଜଗର ସାପ ଉଦ୍ଧାର ହୋଇଥିଲା l ସେହି ସାପକୁ ନେଇ ଭୂଇଁଆଣି ଜଙ୍ଗଲ ମଧ୍ୟ୍ୟରେ ଛାଡି ଦିଆଯାଇଛି l
ଏତେ ବଡ଼ ସାପକୁ ଦେଖିବାକୁ ଭିଡ଼ ଜମିଥିବା ସହିତ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା l କାରଣ ଏହି ଅଞ୍ଚଳ ପାହାଡ଼ ଓ ଜଙ୍ଗଲ ଏରିଆ ଥିବାରୁ ପ୍ରାୟ ସମୟରେ ସର୍ପ ଉଦ୍ଧାର କରାଯାଉଥିବା ଦେଖିବାକୁ ମିଳୁଛି l ବନ କର୍ମଚାରୀ ସଫଳତାର ସହିତ କାର୍ଯ୍ୟ କରୁଥିବାରୁ ବୁଦ୍ଧିଜୀବୀ ମହଲରେ ବନ ବିଭାଗକୁ ପ୍ରଶଂସା କରାଯାଇଛି l ଏତେ ବଡ଼ ସାପ ଧରାଯାଇଥିବାରୁ ଆହୁରି ଅନେକ ବଡ଼ ସାପ ଅବା ତାର ଛୁଆ ଥାଇପାରନ୍ତି ବୋଲି ଲୋକମାନଙ୍କ ମନରେ ଆଶଙ୍କା ଓ ଭୟ ରହୁଛି l ବନ ବିଭାଗ ସଦା ସର୍ବଦା ନିଜ କାର୍ଯ୍ୟରେ ତପ୍ତର ଅଛି ତେଣୁ କୌଣସି ଭୟ ନ କରି ସତର୍କ ରହିବାକୁ ବନ କର୍ମଚାରୀ ସାଧାରଣରେ ସାହସ ଦେଇଛନ୍ତି ଓ କୌଣସି ଅସୁବିଧା ସମୟରେ ତୁରନ୍ତ ସୂଚନା ଦେବାକୁ କହିଛନ୍ତି l
ଖୋର୍ଦ୍ଧାରୁ ଜିଲ୍ଲା ପ୍ରତିନିଧି ହାଡିବନ୍ଧୁ ଲେଙ୍କାଙ୍କ ରିପୋର୍ଟ -Akn News


