ଓଡିଶା ଖବର

ବିଷୁବ ସଂକ୍ରାନ୍ତି ଅବସରରେ କୋସଲୀ କବିତା ଆସର 

  1. ତରଭା (AKN NEWS): ସ୍ଥାନୀୟ ଏନ୍.ଏ.ସି. ପାଠାଗାରଠାରେ ଭାଷା ସାହିତ୍ୟର ଅଗ୍ରଣୀ ଅନୁଷ୍ଠାନ କୋଶଳ ସାହିତ୍ୟ ଏକାଡେମୀ ତରଫରୁ ବିଷୁବ ସଂକ୍ରାନ୍ତି ଅବସରରେ ଆଲୋଚନା ଚକ୍ର ଓ କୋସଲୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଯୁବ ସାହିତ୍ୟିକ ସଞ୍ଜୀବ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଭାଷାପ୍ରେମୀ ପ୍ରଦୀପ ମାହାଣା ମୁଖ୍ୟ ଅତିଥି, ସାହିତ୍ୟିକ ନିରଞ୍ଜନ ପଣ୍ଡା ମୁଖ୍ୟ ବକ୍ତା ତଥା ଡ଼. ଯୁଧିଷ୍ଠିର ଖମାରୀ ଓ ଓଡିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ପ୍ରସନ୍ନ ସାମନ୍ତରାୟ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।କୋସଲୀ ଭାଷାକୁ ମାତୃଭାଷାରୂପେ ପ୍ରାଥମିକ ଶିକ୍ଷାରେ ପ୍ରଚଳନ ସାଙ୍ଗେ ସାଙ୍ଗେ ସାମାଜିକ ଏଵଂ ପ୍ରଶାସନିକ କାର୍ଯ୍ୟକଳାପରେ ମାତୃଭାଷାର ବହୁଳ ବ୍ୟବହାର ନିମନ୍ତେ ଅତିଥିଗଣ ମତବ୍ୟକ୍ତ କରିଥିଲେ। ଏକାଡେମୀର ସଭାପତି ଡ଼. ଦେବେନ୍ଦ୍ର କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ଯୁବ କବି ହିରଣ୍ମୟ ପଟ୍ଟନାୟକଙ୍କ ସଂଯୋଜନାରେ କୋସଲୀ କବିତା ଆସର ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମରେ ଡ଼. ବନବାସ ମେହେର, ପ୍ରଜ୍ଞାପ୍ରାଣ ଲୋକନାଥ ଦଳବେହେରା, ଶୁଭମ୍ ମିଶ୍ର, ତ୍ରିଲୋଚନ ଦଳବେହେରା, ତିଳୋତ୍ତମା ସାହୁ, ରୋଶନ ସାହୁ, ନୀଳକାନ୍ତି ପଟ୍ଟନାୟକ,ସୁଦାମ ପୁଟେଲ, ମାହେଶ୍ୱରୀ ସଂଗଠନର କର୍ମକର୍ତ୍ତା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। କବିତା ଆସରରେ ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇ ପଣା ପାଣିରେ ଆପ୍ୟାୟିତ କରାଯାଇଥିଲା।ଏଥିରେ ସୁବର୍ଣ୍ଣପୁର ସମେତ ବଲାଙ୍ଗୀର, ବରଗଡ଼ ଓ ବୌଦ୍ଧ ପ୍ରଭୃତି ଜିଲ୍ଲାରୁ ଷାଠିଏରୁ ଉର୍ଦ୍ଧ୍ବ କବି କବୟିତ୍ରୀ ସ୍ବରଚିତ କୋସଲୀ କବିତା ଆବୃତ୍ତି କରିଥିଲେ

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!