ଓଡିଶା ଖବର

ସାହିତ୍ୟିକା ମାଧବୀ ପଟେଲ ଙ୍କ ସାତ ଗୋଟି ପୁସ୍ତକ ଉନ୍ମୋଚିତ , ଝାରସୁଗୁଡାରେ ଏହିପରି ସାରସ୍ଵତ ଉତ୍ସବ ବିରଳ ବୋଲି ବକ୍ତାଙ୍କ ବକ୍ତବ୍ୟ

ଝାରସୁଗୁଡ଼ା:(AKN NEWS): ଝାରସୁଗୁଡ଼ାର ଜଣେ ଚର୍ଚ୍ଚିତ ସାହିତ୍ୟିକା ମାଧବୀ ପଟେଲଙ୍କ ଏକ ସାଥିରେ ସାତ ଗୋଟି ପୁସ୍ତକକୁ ଆଜି ତାଙ୍କ ବାସଭବନ ସମ୍ମୁଖ ଭାଗ ନିର୍ମାଲ୍ୟ ଭବନ ରେ ଝାରସୁଗୁଡ଼ା ,ସମ୍ବଲପୁର ଓ ସୁନ୍ଦରଗଡ଼ର ସାହିତ୍ୟିକ ମାନଙ୍କ ଉପସ୍ଥିତି ରେ ବିଶିଷ୍ଟ ସାହିତ୍ୟିକ ଗଣ ଉନ୍ମୋଚିତ କରିଛନ୍ତି । ଏହି ଉପଲକ୍ଷେ ଜିଲ୍ଲା ଲେଖକ ସମ୍ମିଳନୀର ସଭାପତି ଅବସର ପ୍ରାପ୍ତ ଅଧ୍ୟକ୍ଷ ଲଳିତ ମୋହନ ଦାସଙ୍କ ସଭାପତିତ୍ବରେ ଆୟୋଜିତ ସାରସ୍ଵତ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଏହା ଏହି ଜିଲ୍ଲା ତଥା ରାଜ୍ୟ ପାଇଁ ବିରଳ ବୋଲି କହି ସାତଟି ବହି ଓଡ଼ିଶା ସାରସ୍ଵତ ଜଗତ ପାଇଁ ମୂଲ୍ୟବାନ ହେବ ବୋଲି ଆଶା ପ୍ରକାଶ କରି ଥିଲେ । ବରିଷ୍ଟ ସାହିତ୍ୟିକ ସୀତାରାମ ବିର୍ତ୍ତିଆ ଉଦଘାଟକ , ଓଡ଼ିଶା ସାହିତ୍ୟ ଏକାଡେମୀ ର ପୂର୍ବ ସଦସ୍ୟା ଡ଼ ଶିବ ପ୍ରିୟା ମିଶ୍ର ସମ୍ମାନୀତ ଅତିଥି ଓ ପ୍ରାବନ୍ଧିକ ଡ଼ ଭଗବାନ ପଟେଲ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇ ମାଧବୀ ଙ୍କ ସାହିତ୍ୟ ଯାତ୍ରା ପୁଷ୍ପିତ ହେଉ ବୋଲି କାମନା କରିଥିଲେ । ଉନ୍ମୋଚିତ ସାତ ଗୋଟି ପୁସ୍ତକ ବୀଜ ଓ ଅନ୍ୟାନ୍ୟ ଗଳ୍ପ, ଜଙ୍ଗଲ କାହାଣୀ, ଡାଏରୀ, ନଦୀ ପାର ଓ ଅନ୍ୟାନ୍ୟ ଗଳ୍ପ, ପିଲାଙ୍କ କାହାଣୀ, ସର ଗୋସି ଓ ଅଲୋଡ଼ା ଗର୍ବ ଆଦି ପୁସ୍ତକ ଗୁଡ଼ିକୁ ରାଧା ଶ୍ୟାମ ପାଣ୍ଡେ, ମଦନ ନନ୍ଦ ଶେଠ୍, ବସନ୍ତ ନାଥ, ରାଜଶ୍ରୀ ମେହେର, ପ୍ରଣତି ପଟ୍ଟନାୟକ, ବିବିଧ ବିଶ୍ଵ ଓ ତ୍ରୈଲୋକ୍ୟ ମହାପାତ୍ର ପ୍ରମୁଖ ସମୀକ୍ଷା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫେସର ଟହଲୁ ସାହୁ, ଡ଼ ସବିତା ପଟେଲ, ସୁଷମା ପଟେଲ, ବିବେକାନନ୍ଦ ମିଶ୍ର, କୀର୍ତ୍ତି ଚନ୍ଦ୍ର ବହିଦାର, ଅଧ୍ୟାପିକା ମନ୍ଦାକିନୀ ଶତପଥୀ, ପଦ୍ମା ମହାପାତ୍ର, ଶିବ ପଣ୍ଡା,ବିଦେଶିନୀ ପଟେଲ, ତୁଳସୀ ମଞ୍ଜରୀ ବହିଦାର, ବିରାଟ ରାଜ ପଧାନ, ଡ଼ ଦୋଳ ମଣୀ ପଧାନ, ପ୍ରମୁଖ ମଧ୍ୟ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମ କୁ ପ୍ରେମ ସାଗର ତିହିରିଆ ସଂଯୋଜନା କରିଥିବା ବେଳେ ଗାୟିକା କୁନୁ ଦେହେରି ସ୍ଵାଗତ ସଙ୍ଗୀତ ଗାନ ଓ ଶେଷରେ ଅନ୍ତର୍ଯ୍ୟାମୀ ପାଣି ଗ୍ରାହି ଧନ୍ୟବାଦ୍ ଅର୍ପଣ କରିଥିଲେ । ପ୍ରକାଶ ଥାଉକି ମାଧବୀ ଙ୍କ ଏହି ସାତଗୋଟି ପୁସ୍ତକ କୁ ମିଶି ଚବିଶ ଟି ବହିର ପ୍ରନେତ ହୋଇ ପାରିଛନ୍ତି ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!