ଓଡିଶା ଖବର
କଳାହାଣ୍ଡି ଜିଲ୍ଲାର ଗର୍ବ ଓ ଗୌରବ ଟି .ରାମକ୍ରିଷ୍ଣ

(AKN NEWS):ବାହାଦୂର ବଗିଚା ପଡ଼ା, ଭବାନୀପାଟଣା, କଳାହାଣ୍ଡି ଜିଲ୍ଲାର ଟି .ରାମକ୍ରିଷ୍ଣ , ୮୦ ବର୍ଷ ବୟସ୍କ ୨୦/୦୪/୨୦୨୫ ଠାରୁ ୨୬/୦୪/୨୦୨୫ ପର୍ଯ୍ୟନ୍ତ ଧର୍ମଶାଳା , ହିମାଚଳ ପ୍ରଦେଶରେ ମାଷ୍ଟର ଗେମ୍ସ ଏସୋସିଏସନ୍ ଦ୍ୱାରା ଆୟୋଜିତ ହୋଇଥିବା ୭ମ ନେସ୍ନାଲ୍ ମାଷ୍ଟର୍ସ ଗେମ୍ସ – ୨୦୨୫ରେ ସେ ଦୁଇଟି ବ୍ରୋଞ୍ ଏୱାଡ୍ ପାଇଥିଲେ । ପ୍ରଥମଟି ୩୦୦୦ ମିଟର ୱାଲ୍କ ରେସ୍ , ଦ୍ଵିତୀୟଟି ୮୦୦ ମିଟର ଦୌଡ଼ ପ୍ରତିଯୋଗିତା । ଏହାଦ୍ଵାରା ସେ ଆମ ଜିଲ୍ଲା କଳାହାଣ୍ଡି ଓ ରାଜ୍ୟ ଓଡ଼ିଶାରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରାଇବା ସହ ଗର୍ବ ଗୌରବ ଆଣିପାରିଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


