ବ୍ରହ୍ମାକୁମାରୀ କୁମୁଦିନୀ ତ୍ରିପାଠୀ ଙ୍କ ସ୍ମୃତିରେ ଆଧ୍ଯାତ୍ମିକ ସ୍ନେହ ମିଳନ

(AKN NEWS):ଗତ ତା ୮ ମଇ, ୨୦୧୫ ରିଖ ଦିନ…… ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ନୀଳକଣ୍ଠ ତ୍ରିପାଠୀଙ୍କ ମାତୃ ବିୟୋଗ ଅବସରରେ ଦିବଂଗତ ଆତ୍ମା ବ୍ରହ୍ମାକୁମାରୀ କୁମୁଦିନୀ ତ୍ରିପାଠୀ ଙ୍କ ସ୍ମୃତିରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ଦ୍ଵାରା ଆଧ୍ଯାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମାଲୁଦ ସେବାକେନ୍ଦ୍ରର ସଂଚାଳିକା ରାଜ ଯୋଗିନୀ ବାସନ୍ତୀ ଭଉଣୀ , ରାଜ ଯୋଗିନୀ ଶାନ୍ତି ଭଉଣୀ ,ଆସିକା ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜ ଯୋଗିନୀ ପ୍ରଭାତୀ ଭଉଣୀ ଦିବଙ୍ଗତ ଆତ୍ମାଙ୍କ ସ୍ମୃତି ଚାରଣ କରିବା ଅବସରରେ ପ୍ରକାଶ କରିଥିଲେ ଯେ ବ୍ରହ୍ମାକୁମାରୀ କୁମୁଦିନୀ ମାତାଜୀ ନିରହଂକାରୀତା, ମମତା ଓ ବାତ୍ସଲ୍ୟ ଭାବର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ l ନିରନ୍ତର ରାଜ ଯୋଗର ଅଭ୍ୟାସ ଦ୍ଵାରା ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଶୁଭ ଭାବନା ଓ ଶୁଭ କାମନା ରଖିଵା ସହ ୯୨ ବର୍ଷ ବୟସରେ ମଧ୍ୟ କର୍ମ ଯୋଗୀ ଜୀବନର ଜ୍ୱଳନ୍ତ ଉଦାହରଣ ଥିଲେ.ଏହି ଅବସରରେ ବ୍ର. କୁ ସୁଜ୍ଞାନୀ ଆତ୍ମଜ୍ଞାନ ପ୍ରଦାନ କରିଥିବାବେଳେ ବ୍ର କୁ ବାସନ୍ତୀ ମୃତ୍ୟୁ ର ଆଧ୍ୟାତ୍ମିକ ରହସ୍ୟ ସ୍ପଷ୍ଟ କରାଇଥିଲେ. ବ୍ରକୁ ପ୍ରଭାତୀ ପରମାତ୍ମା ପରିଚୟ ପ୍ରଦାନ କରିବା ସହିତ ରାଜଯୋଗର ଅଭ୍ୟାସ କରାଇଥିଲେ. ବ୍ର. କୁ ସତ୍ୟପ୍ରିୟ ସଭାକାର୍ଯ୍ୟ ପରିଚାଳନା କରିଥିଲେ.ଏହି ଅବସରରେ ବ୍ର. କୁ ପଂଚାୟତ୍ରୀ, ନୀଳାଞ୍ଚଳ, କାଳୁ, ଯୋଗୀ, ବଳରାମ, ବିସିକେଶନ, ବୁଲୁ, ଆଦି କୃଷ୍ଣ ସୁଦାମା ଓ ନିଶାମୁକ୍ତ ନାଟକ ପରିବେଷଣ କରି ଲୋକ ସଚେତନତା ସୃଷ୍ଟି କରିଥିଲେ. ପୂର୍ବତନ ଅଧକ୍ଷ ଭ୍ରାତା ନୀଳକଣ୍ଠ ତ୍ରିପାଠୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଏହି ମହତ କାର୍ଯ୍ୟର ପ୍ରଶଂସା କରିବା ସହିତ ସମସ୍ତଙ୍କୁ ଶୃଙ୍ଖଳିତ ଜୀବନ ପାଇଁ ଆହ୍ୱାନ କରଥିଲେ. ଓ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହା ସହିତ ଆମ ପୁସ୍ତକ ମେଳାର ସଦସ୍ୟ ମାନଙ୍କୁ ନେଇ କୁମୁଦିନୀ ତ୍ରିପାଠୀ ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ପାରିକୁଦ ଅଞ୍ଚଳର ସମସ୍ତ ସାହିତ୍ୟିକ ବନ୍ଧୁ ଉପସ୍ଥିତ ଥିଲେ ଏବଂ ଏହାକୁ ସାହିତ୍ୟ ସାମ୍ବାଦିକ ଗାଳ୍ପିକ ଦିଲ୍ଲୀପ ମିଶ୍ର ଉଦ୍ଘାଟନ କରିଥିଲେ । ପ୍ରଥମ ଅଧିବେଶନରେ ବିଷ୍ଣୁ ପ୍ରସାଦ ଦଳେଇଙ୍କ ପୌରୋହିତ୍ୟରେ ଯୁବ କବି ମନୋଜ କୁମାର ବାରିକ, ବିଦ୍ୟାଧର ପ୍ରଧାନ, ସୁରେନ୍ଦ୍ରନାଥ ପ୍ରଧାନ, ପ୍ରେମ ଚାନ୍ଦ ପାତ୍ର, ଶରତ ଚନ୍ଦ୍ର ବାରିକୀ , କାଶୀନାଥ ଜେନା, ସନାତନ ତରେଇ , ପ୍ରତାପ ହରିଚନ୍ଦନ, ଗଗନ ବିହାରୀ ପ୍ରଧାନ, ଦେବରାଜ ଜେନା ଓ ସଦାନନ୍ଦ ଗୌଡ ସ୍କୃତି ଚାରଣ କରି କବିତା ପାଠ କରିଥିଲେ ଓ ସ୍ମୃତିପୁସ୍ତକ ଉନ୍ମୋଚନ ହୋଇଥିଲା ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS


