ପୁରୀ ଜିଲ୍ଲା ବ୍ରହ୍ମଗିରି ରେ ଅବସ୍ତିତ ଶ୍ରୀ ଶ୍ରୀ ଅଲାରନାଥ ମନ୍ଦିର |

ପୁରୀ ଜିଲ୍ଲା(AKN NEWS):ବ୍ରହ୍ମଗିରି ରେ ଅବସ୍ତିତ ଶ୍ରୀ ଶ୍ରୀ ଅଲାରନାଥ ମନ୍ଦିର | ମୁଖ୍ୟମନ୍ଦିରଟି ଅନ୍ୟୁନ ଅଧ ଏକରରୁ ଊର୍ଦ୍ଧ୍ୱ ଜମି ଉପରେ ଅବସ୍ଥିତ। ଏହି ମନ୍ଦିର ପୂର୍ବାଭିମୁଖୀ ଅଟେ। ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ଵାରର ଦୁଇ ପାର୍ଶ୍ଵରେ ଦୁଇଟି ବିଶାଳକାୟ ସିଂହ ବିଦ୍ୟମାନ। ପ୍ରବେଶ ଦ୍ଵାର ଗୁମୁଟର ଡାହାଣ ପାର୍ଶ୍ଵରେ ପତିତପାବନ ମୂର୍ତ୍ତି ରହିଥିବା ବେଳେ ବାମ ପାର୍ଶ୍ବରେ ଦେଢ଼ ଫୁଟ ଉଚ୍ଚତାରେ ଏକ କ୍ଷୁଦ୍ର ଶ୍ରୀ ମହାବୀରଙ୍କ ବିଗ୍ରହ ଅଧିଷ୍ଠିତ। ଗୁମୁଟ ଦ୍ଵାର ଅତିକ୍ରମ କରି ମୁଖ୍ୟ ମନ୍ଦିରକୁ ପ୍ରବେଶ କଲେ ପ୍ରଥମେ ନାଟମଣ୍ଡପ ଓ ପରେ ଜଗମୋହନ ଅବସ୍ଥିତ। ଜଗମୋହନ ଡାହାଣ ପାର୍ଶ୍ଵର ଏକ ଉଚ୍ଚ ସ୍ଥାନରେ ଚଳନ୍ତି ବା ବିଜେ ପ୍ରତିମା ମଦନମୋହନ ଅଧିଷ୍ଠିତ। ବିଗ୍ରହ ଦ୍ୱିଭୁଜ ବିଶିଷ୍ଟ ବଂଶୀଧାରୀ ଅଟନ୍ତି, ଯାହା ଅଷ୍ଟ ଧାତୁରେ ନିର୍ମିତ। ମୁଖ୍ୟ ବିଗ୍ରହଙ୍କ ଉଭୟ ପାର୍ଶ୍ଵରେ ଅଷ୍ଟଧାତୁ ନିର୍ମିତ ଶ୍ରୀରାମ ଓ ଶ୍ରୀକୃଷ୍ଣ ଚଳନ୍ତି ପ୍ରତିମା ବିଦ୍ୟମାନ। ସେହିଠାରେ ଏକ ଠଣାରେ ଶ୍ରୀ ପତିତପାବନ ବିଗ୍ରହ ବିଦ୍ୟମାନ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS


