ଓଡିଶା ଖବର

କୁସୁମପୁର ଗ୍ରାମବାସୀ,ଓଡିଶା ଆଦିବାସୀ ଅଧିକାର ମଞ୍ଚ ଓ ଓଡିଶା କୃଷକ ସଭା ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲାପାଳ ଓ ଜିଲ୍ଲା ବନ ବିଭାଗ ଅଧିକାରୀଙ୍କୁ 5ଦଫା ଦାବିପତ୍ର ପ୍ରଦାନ |

ନବରଙ୍ଗପୁର (AKN NEWS):ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁସୁମପୁର ପଂଚାୟତ ସଦର ମହକୁମାର କିଛି ଆଦିବାସୀ ଚାଷୀ ଓ କୁନ୍ଦେଇ ବନ ବିଭାଗ ମଧ୍ୟରେ ମକାଚାଷ କୁ ନେଇ ଗଣ୍ଡଗୋଳ ହୋଇଥିଲା |ତାପର ଦିନ ଅର୍ଥାତ 28ତାରିଖ ଦିନ ଥାନା ସମ୍ମୁଖରେ ଉପସ୍ଥିତ ରହିଥିବା ଜନସାଧାରଣଙ୍କ ଉପରେ ରାଇଘର ବନ ବିଭାଗ କର୍ମଚାରୀ ଆକ୍ରମଣ କରି 5/6ଜଣ ଙ୍କୁ ମାଡ଼ ମାରି ଲହୁ ଲୋହାଣ କରିଥିଲେ |ତାହାର ପ୍ରତିବାଦରେ ଆଜି କୁସୁମପୁର ଗ୍ରାମବାସୀ, ଓଡିଶା ଆଦିବାସୀ ଅଧିକାର ମଞ୍ଚ, ଓଡିଶା କୃଷକ ସଭା ଓ ରାଇଘର ସ୍ଥିତ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲାପାଳ ଏବଂ ଜିଲ୍ଲା ବନ ବିଭାଗ ଅଧିକାରୀଙ୍କୁ ପାଞ୍ଚ ଦଫା ଦାବୀପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଲିଛି |ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଥିବା ଦାବୀଗୁଡିକ ମଧ୍ୟରେ ରାଇଘର ଥାନାରେ ମାମଲା ରୁଜୁ ହୋଇଥିବା ସମସ୍ତ ବନ ବିଭାଗ କର୍ମଚାରୀଙ୍କୁ ଗିରଫ କରାଯିବା ସହିତ ନିଲମ୍ବନ କରାଯିବା,ସିସିଟିଭି କ୍ୟାମେରା ସହାୟତାରେ ରାଇଘର ଥାନା ଠାରୁ ରାଇଘର ରେଞ୍ଜ ଅଫିସ ପର୍ଯ୍ୟନ୍ତ ତଦନ୍ତ ଓ ଚିହ୍ନଟ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଓ ନିଲମ୍ବନ କରାଯାଉ,ଜଙ୍ଗଲ ଅଧିକାର ଆଇନ ଓ ବୃକ୍ଷ ରୋପଣ ନିୟମକୁ ଉଲଂଘନ କରି ବନ ବିଭାଗ ଓ ବନ ବିଭାଗ ଦ୍ୱାରା ଗଠିତ ବନ ସୁରକ୍ଷା ସମିତିର ବେଆଇନ କାର୍ଯ୍ୟ ଗୁଡିକ ତଦନ୍ତ କରାଯିବା ସହିତ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା଼ଯିବା,ବନ ବିଭାଗ ଦ୍ୱାରା ବନ ସୁରକ୍ଷା ସମିତି ଗଠନ କରାଯାଇ ଗାଁ ଗାଁ ରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି କରି ଭାଇଚାରା ନଷ୍ଟ କରୁଥିବା ପ୍ରସଙ୍ଗ ଉପରେ ତଦନ୍ତ କରି ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଓ ଅଶାନ୍ତି ପରିସ୍ଥିତି ସୃଷ୍ଟି କରୁଥିବା ବନ ସୁରକ୍ଷା ସମିତି ସବୁକୁ ଭାଙ୍ଗି ତହସିଲଦାରଙ୍କ ଜରିଆରେ ଗାଁ ଗାଁରେ ନୂତନ ବନ ସୁରକ୍ଷା ସମିତି ଗଠନ କରାଯିବା ଆଦି ପ୍ରମୁଖ ଦାବୀ ରହିଛି |ସାତ ଦିନ ଭିତରେ ଯଦି ପ୍ରଶାସନ ଉପରୋକ୍ତ ଅଭିଯୋଗ ଗୁଡିକର ସମାଧାନ ପାଇଁ କୌଣସି ପଦକ୍ଷେପ ନନିଅନ୍ତି ତେବେ ଆସନ୍ତା 9ତାରିଖରେ ରାଇଘର ଠାରେ ବନ୍ଦ ପାଳନ କରାଯିବା ସହିତ ଏକ ବିଶାଳ ଆଦିବାସୀ ସମାବେଶ କରି ବନ ବିଭାଗର ବର୍ବର ଆକ୍ରମଣର ପ୍ରତିବାଦ କରିବା ସହିତ ନ୍ୟାୟ ପାଇଁ ଆନ୍ଦୋଳନକୁ ଜୋରଦାର କରାଯିବା ନେଇ ଚେତାବନୀ ଦିଆଯାଇଛି |

ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!