ଓଡିଶା ଖବର

ମୂଳନିବାସୀ ବହୁଜନ ମିଳିତ ମହାସଂଘର ଭବାନୀପାଟଣା ବ୍ଲକ ଓ ମୁନ୍ସିପାଲଟି ସ୍ତରୀୟ ବୈଠକ ଅନୁଷ୍ଠିତ।

ଭବାନୀପାଟଣା,(AKN NEWS):କଳାହାଣ୍ଡି ଜିଲ୍ଲାରେ ୯୫ ପ୍ରତିଶତ ଦଳିତ, ଆଦିବାସୀ, ପଛୁଆ ବର୍ଗର ଲୋକ ବସବାସ କରୁଥିଲେ ମଧ୍ୟ ଏହି ବିଶାଳ ସମୁଦାୟକୁ ଆଜି ପର୍ଯ୍ୟନ୍ତ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ମିଳି ପାରିନାହିଁ। ମନୁବାଦୀ ବ୍ୟବସ୍ଥା ଜନିତ ଜାତିଗତ ଏକତାର ଅଭାବ, ଜାତି-ଜାତି ଭିତରେ ଥିବା ଅସହିଷ୍ଣୁ ଓ ଅସୂୟା ମନୋଭାବ ହିଁ ଏହାର ମୁଖ୍ୟ କାରଣ ଅଟେ। ଅନ୍ୟପକ୍ଷରେ ନିଜ ନିଜ ମଧ୍ୟରେ ଏପରିକି ବିଭିନ୍ନ ସ୍ତରରେ ନିର୍ଯାତନା ଓ ଅନ୍ୟାୟର ଶିକାର ହେଉଥିବା ସତ୍ତ୍ୱେ ବହୁଜନ ସମାଜ ଏହାକୁ ମିଳିତ ଭାବେ ମୁକାବିଲା ନକରି ଏକଲା ଏକଲା ଲଢ଼ୁଥିବାରୁ କୌଣସି ସମସ୍ୟାର ସମାଧାନ ହେଉନାହିଁ। ଘରେ ନିଆଁ ଲାଗିଛି, ସମସ୍ତେ ମିଳିମିଶି ନିଆଁ ଲିଭାଇବାକୁ ହେବ। ଅନ୍ୟଥା ଘର ଜଳି ଧୂଳିସାତ ହୋଇଯିବ। ଏଣୁ ଆଗାମୀ ଦିନରେ ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ଜନସାଧାରଣ ବିଗତ ଦିନର ସମସ୍ତ ଭୁଲଭଟକାକୁ ଭୂଲିଯାଇ ଏକାଠି ହେବାକୁ ପଡ଼ିବ। ସାମ୍ବିଧାନିକ ହକ ଓ ଅଧିକାର ଉପରେ ଲଢ଼େଇ କରି ଏ ମାଟିର ଶାସକ ବର୍ଗ ହେବା ହିଁ ଏହି ମହାସଂଘର ମୂଳ ଉଦ୍ଦେଶ୍ୟ ବୋଲି ମୂଳନିବାସୀ ବହୁଜନ ମିଳିତ ମହାସଂଘର ଭବାନୀପାଟଣା ବ୍ଲକ ଓ ମୁନ୍ସିପାଲଟି ଶାଖାର ବୈଠକରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ବିଶେଷ କରି ପଛୁଆ ବର୍ଗକୁ ଶିକ୍ଷା, ନିଯୁକ୍ତି ଓ ରାଜନୀତିରେ ଜନସଂଖ୍ୟା ଅନୁସାରେ ୫୪% ସଂରକ୍ଷଣ ନଦେବା, ଦଳିତ ନିର୍ଯାତନା ରୋକିବା, ଆଦିବାସୀ ମାନଙ୍କୁ ଭୂମି ଅଧିକାରରୁ ବଂଚିତ କରିବା ଭଳି ଅନେକ ଅନ୍ୟାୟର ଶିକାର ହେଉଛି ଏହି ସମାଜ ସମୂହ। ତେଣୁ ଏହାକୁ ଗୋଟେ ଜାତି ନୁହେଁ ତିନୋଟି ବର୍ଗର ଲୋକ ମିଳିତ ଭାବେ ଲଢ଼ିବାର ସମୟ ଆସିଯାଇଛି ବୋଲି ବକ୍ତାମାନେ ମତ ରଖିଥିଲେ।ଆଜି ସ୍ଥାନୀୟ ଅମଲା ଭବନରେ ଅନୁଷ୍ଠିତ ଏହି ବୈଠକରେ ମହାସଂଘର ଜିଲ୍ଲା ସଭାପତି ଶ୍ରୀ ସଚ୍ଚିଦାନନ୍ଦ ମହାକୁଡ଼ ସଭାପତିତ୍ୱ କରିଥିବାବେଳେ ରାଜ୍ୟ ସାଧାରଣ ସମ୍ପାଦକ ଦିଗାମ୍ବର ଦୁରିଆ ମହାସଂଘ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅତିଥି ଭାବେ ମହାସଂଘ ର ଜିଲ୍ଲା କାର୍ଯ୍ୟକାରୀ ସଭାପତି କମଳିନୀ ଯାଦବ, ଯତୀନ୍ଦ୍ର କର, ଜିଲ୍ଲା ସାଧାରଣ ସମ୍ପାଦକ କୀର୍ତ୍ତନ ଯାଦବ, ଜିଲ୍ଲା ଯୁବ ସଭାପତି ଡାକେଶ୍ୱର ଲହଜଲ, ,ସରପଞ୍ଚ ଦିଗାମ୍ବର ଲୁହା,ଉପଦେଷ୍ଟା ଆଇନଜୀବୀ ଛବିଲାଲ ନିଆଲ, ରାଜ୍ୟ ମହିଳା ସଭାନେତ୍ରୀ ଏସ. ସୁଜାତା, ସମ୍ପାଦକ ସତ୍ୟ ମାହାର, ଜୟପ୍ରକାଶ ଜାଲ, ରମଣୀ ଦୁରିଆ,ସେନାପତି ନାଏକ, ସ୍ନେହଲତା ଦୁର୍ଗା, ସଞ୍ଜୟ ସୁନାନୀ, ରାଜକିଶୋର, ଅଗଷ୍ଟ ନାଏକ, ଢଗ ମାଳି ନାଏକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମହାସଂଘର ଭବାନୀପାଟଣା ବ୍ଲକ ସ୍ତରୀୟ କମିଟି ଘୋଷଣା କରାଯାଇଥିଲା। ସର୍ବସମ୍ମତି କ୍ରମେ ଭବାନୀପାଟଣା ବ୍ଲକ ସଭାପତି ଭାବେ ସମାଜସେବୀ ହୃଷିକେଶ ସାହୁ, କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀ ବିଜୟ ମାଝୀ, ସମ୍ପାଦକ- ବିଜୟ ଦୀପ, ମୁନ୍ସିପାଲଟି ସଭାପତି ଭାବେ ଦିନେଶ ମଲ୍ଲିକ, ସାଧାରଣ ସମ୍ପାଦକ ଭାବେ -ବିକାଶ ପ୍ରଧାନ, ଉପ ସଭାପତି ସେନାପତି ନାଏକ, ଦୁର୍ଜନ ବାଗ, ଛାତ୍ର ସଭାପତି – ଆଶିଷ କୁମାର ଯାନୀ ଆଦି ମନୋନୀତ ହୋଇଥିଲେ.ଅନ୍ୟ ମାନଙ୍କ ମଧ୍ୟରେ ସୁଦର୍ଶନ ଦଣ୍ଡସେନା,ଦେବାର୍ଚନ ମାଝୀ,ନୀଳାମ୍ବର ସାହୁ, ଦିବାକର ଦୁର୍ଗା, ସନ୍ତୋଷ ପ୍ରଧାନ,ରୁକଧର ମାଝୀ ଓ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!